Death due to lightning strike while working in the farm Photograph: (sambad.in)
ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ପଞ୍ଚାୟତ ସାନକର୍ଲାକୋଟ ଗ୍ରାମର ମୋହନ ହରିଜନ(୪୫) ଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି।
ସୋମବାର ଅପରାହ୍ନ ୪ଟା ସମୟରେ ନିଜ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କର ବିଧବା ସ୍ତ୍ରୀ, ପୁଅ ଓ ଝିଅଙ୍କ ପାଇଁ ସରକାରୀ ସହାୟତା ଦାବି ହୋଇଛି।
Kalahandi
Follow Us