ଓପିଜିସି ଫାଟକ ସମ୍ମୁଖରେ ଆମରଣ ଅନଶନ; ୨ ଅସୁସ୍ଥ, ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଓପିଜିସି ଫାଟକ ସମ୍ମୁଖରେ ଆମରଣ ଅନଶନ; ୨ ଅସୁସ୍ଥ, ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଇବ୍‌ଥର୍ମାଲ : ଓପିଜିସି ବନହରପାଲି ଦ୍ବାରା ଜମି ହରାଇ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକ ମଧ୍ୟରୁ ୪ଟି ପରିବାରଙ୍କ ଦୀର୍ଘଦିନର ଦାବି ପ୍ରତି ଓପିଜିସି କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଉଚିତ ନ୍ୟାୟ ସହ କ୍ଷତିପୂରଣ ନଦେଇ ସମ୍ବିଧାନ ଧାରା ୧୪ ଓ ୧୬କୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମଙ୍ଗଳବାରଠାରୁ ଆମରଣ ଅନଶନ ଜାରି ରହିଛି। ଓପିଜିସିରେ ସ୍ଥାୟୀ ନିଯୁକ୍ତି ଦାବିରେ କରାଯାଇଥିବା ଆମରଣ ଅନଶନ ଘରୋଇ ସମସ୍ୟ ହେତୁ କେତକୀ ପଧାନ (୬୫) ଅନଶନ ସ୍ଥଗିତ ରଖିଥିବା ବେଳେ ତପସ୍ବିନୀ ନାଏକ (୬୦), ଭଗବତୀ ପଧାନ (୬୫), ସତ୍ୟଜିତ୍ ନାଏକ (୨୪) ଅନଶନ ଜାରି ରଖିଛନ୍ତି। ମଙ୍ଗଳବାର ସଂଧ୍ୟାରେ ଅଢାପଡ଼ା ଡାକ୍ତରଖାନା ଡା. ଗୋପାଳ କୃଷ୍ଣ ସ୍ବାଇଁ ଆସି ଅନଶନକାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ପରେ ତପସ୍ବିନୀ ଓ ଭଗବତୀଙ୍କ ଅବସ୍ଥା ଠିକ ନଥିବା ଓ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତରିତ କରିବାକୁ ଉପଦେଶ ଦେବାରୁ ପୁଲିସ ୨ ଜଣଙ୍କୁ ଝାରସୁଗୁଡା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି। ସେଠାରେ ସେମାନେ ବେଡ୍‌ରେ ଶୋଇଥିଲେ ମଧ୍ୟ ଅନଶନ ଜାରି ରଖିଥିବା ଜଣା ପଡିଛି।

ଏଠି ଓପିଜିସି ଫାଟକ ସମ୍ମୁଖରେ ସତ୍ୟଜିତ୍ ତାଙ୍କ ଅନଶନ ଜାରି ରଖିଥିଲେ ମଧ୍ୟ ଓପିଜିସି କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସମସ୍ୟା ବୁଝିବାକୁ କେହି ଆସି ନଥିବା କୁହାଯାଇଛି। ଅପରପକ୍ଷେ ଏମାନଙ୍କ ଅନଶନକୁ ସମର୍ଥନ ଜଣାଇ ସମାନ ଦାବିକୁ ନେଇ ଇବ୍ ତାପଜ ବିଦ୍ୟୁତ୍ କେନ୍ଦ୍ର ବନହରପାଲି ବାସଚ୍ୟୁତ କ୍ଷତିଗ୍ରସ୍ତ ସଂଗ୍ରାମ ସମିତି ଫଲସାମୁଣ୍ଡା ପକ୍ଷରୁ ସେସ୍ଥାନରେ ଗଣଧାରଣା ଆରମ୍ଭ କରାଯାଇଛି। ସମିତିର ସଦସ୍ୟା ଗୌରଚନ୍ଦ୍ର କାଲୋ, ଚକାନନ ସା, ଯୋଗେନ୍ଦ୍ର ମାଝୀ, ଲକ୍ଷଣ ପଧାନ, ଟଙ୍କଧର ବାରିକ ପ୍ରମୁଖ ଏହାର ନେତୃତ୍ୟ ନେଉଛନ୍ତି। ବାରମ୍ବାର ଏ ପରିବାର ଏଠାରେ ଅନଶନ କରି ଆସିଛି ଓ ତାଙ୍କୁ ପ୍ରତାରିତ କରାଯାଇଛି। ଏଥର ଦାବି ପୂରଣ ନହେଲେ କୌଣସି କଥା ଶୁଣାଯିବ ନାହିଁ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe