ଏଣିକି ବିଦ୍ୟୁତ ତାର ଲାଗି ଜୀବନ ଗଲେ ଓ ଗୁରୁତର ହେଲେ ମିଳିବ ଏତିକି ଟଙ୍କାର କ୍ଷତିପୂରଣ

Advertisment
ଏଣିକି ବିଦ୍ୟୁତ ତାର ଲାଗି ଜୀବନ ଗଲେ ଓ ଗୁରୁତର ହେଲେ ମିଳିବ ଏତିକି ଟଙ୍କାର କ୍ଷତିପୂରଣ

ଭୁବନେଶ୍ୱର:  ଆଜିକାଲି ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ଘଟଣା କ୍ରମଶଃ ବଢ଼ୁଥିବା ନଜରକୁ ଆସିଛି।  ବିଦ୍ୟୁତ ତାର ଲାଗି ମଣିଷର ଜୀବନ ଯିବା ସହିତ ଅନେକ ପଶୁପକ୍ଷୀ ବି ଏହାର ଶିକାର ହୋଇଥିବାର ଅନେକ ଉଦାହରଣ ରହିଛି । କିଛିଦିନ ତଳେ ଗଞ୍ଜାମ ଜିଲ୍ଲାର ମେନ୍ଦ୍ରାରାଜପୁରରେ ଏକ ବସ୍‌ରେ ୧୧କେଭି ବିଦ୍ୟୁତ ତାର ଲାଗିବାରୁ ୧୧ଜଣଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ଏସବୁ ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଦୁର୍ଘଟଣାର କ୍ଷତିପୂରଣ ଦେବା ଲାଗି  ବିଦ୍ୟୁତ ନିୟମକ ଆୟୋଗଙ୍କୁ ସୁପାରିଶ କରିଛନ୍ତି।

Image result for death in electric wires/ give compensation money Times of India

ଏହି ସୁପାରିଶ ଅନୁଯାୟୀ, ଏଣିକି ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। କେବେ ଏତିକି ନୁହେଁ, ଶରୀରର ୬୦ ପ୍ରତିଶତ ନଷ୍ଟ ହୋଇଗଲେ ୨ ଲକ୍ଷ ଟଙ୍କା, ୪୦ରୁ ୬୦ ପ୍ରତିଶତ  ନଷ୍ଟ ହୋଇଥିଲେ କ୍ଷତିପୂରଣ ବାବଦ ୫୯ ହଜାର ୧୦୦ ଟଙ୍କା  ଟଙ୍କା ପୀଡ଼ତ/ପୀଡ଼ିତାଙ୍କୁ ମିଳିବ।  ସେହିପରି ବିଦ୍ୟୁତ ଆଘାତରେ ଆହତ ହୋଇଥିବା ବ୍ୟକ୍ତି ଯଦି ସପ୍ତାହରୁ ଅଧିକ ଦିନ ମେଡିକାଲ୍‌ ଚିକିତ୍ସାରେ ରହନ୍ତି ତେବେ ତାଙ୍କୁ ୧୨ ହଜାର ଟଙ୍କା ଏବଂ ଏକ ସପ୍ତାହରୁ କମ ସମୟ ଚିକିତ୍ସାରେ ରହିଲେ ୪ହଜାର ୫୦୦ଟଙ୍କା ସହାୟତା ଦିଆଯିବ।

Image result for death in electric wires/ give compensation money Daily Mail

କେବଳ ଯେ ଏହି ସହାୟତା ମଣିଷଙ୍କ ପାଇଁ ଲାଗୁ ହେବ ତାହା ନୁହେଁ, ଯଦି ବିଦ୍ୟୁତ ଆଘାତରେ ଗାଈ ଓ ମଇଁଷି ମରି ଯାଉଛନ୍ତି, ତେବେ ସେ ବାବଦକୁ ୩୦ ହଜାର ଟଙ୍କା ମାଲିକଙ୍କୁ ଦିଆଯିବ। ସେହିପରି ଯାହାଙ୍କର ଛେଳି,ମେଣ୍ଢା ,ଘୁଷୁରି ପ୍ରଭୃତି ଯଦି ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି ତେବେ ମାଲିକଙ୍କୁ ୩ ହଜାର ଓ କୁକୁଡ଼ା ଫାର୍ମ ନଷ୍ଟ ହେଲେ ୫ ହଜାର ଟଙ୍କା କ୍ଷତିପୂରଣ ମିଳିବ।

ଉଲ୍ଲେଖଯୋଗ୍ୟ, ୨୦୧୪ ରୁ ୧୯ ବର୍ଷ ମଧ୍ୟରେ ୧୧୫୭ଟି ବିଦ୍ୟୁତଜନିତ ଦୁର୍ଘଟଣା ଘଟିଥିବା ରିପୋର୍ଟ ମିଳିଛି। ସେହିପରି ଏହି ଦୁର୍ଘଟଣାରେ ୮୮୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୩ଟି ହାତୀ ମାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe