ଝାରପଡ଼ା ସ୍ୱତନ୍ତ୍ର ଜେଲ୍‌ ହାଜତ ମୃତ୍ୟୁ ଘଟଣା: ପାଞ୍ଚଲକ୍ଷ କ୍ଷତିପୂରଣ ଦେବାକୁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

Advertisment

ଦୁଇମାସ ମଧ୍ୟରେ କ୍ଷତିପୂରଣ ଦେବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

ଦୁଇମାସ ମଧ୍ୟରେ କ୍ଷତିପୂରଣ ଦେବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

ହାଇକୋର୍ଟରେ ଜେଲ୍‌ ସଂସ୍କାର ମାମଲା: ଭୁବନେଶ୍ବର ସ୍ବତନ୍ତ୍ର ଜେଲ୍‌ରେ କ୍ଷମତାଠାରୁ ୩୦% ଅଧିକ ବନ୍ଦୀ

ଭୁବନେଶ୍ବର : ୨୦୧୮ ମସିହାର ଏକ ହାଜତ ମୃତ୍ୟୁ ମାମଲାକୁ ବିଚାର କରି ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିସନ (ଓଏଚ୍‌ଆରସି)। ମୃତକଙ୍କ ଉତ୍ତରାଧିକାରୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କମିସନ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦୁଇମାସ ମଧ୍ୟରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

ଏକ ମାମଲାରେ ଦଣ୍ଡିତ ତଥା ଅନ୍ୟ ଏକ ମାମଲାରେ ବିଚାରାଧୀନ ବନ୍ଦୀ ଭାବେ ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ୱତନ୍ତ୍ର ଜେଲରେ ରହୁଥିଲେ ଜିତେନ୍ଦ୍ର ବିଶ୍ବାଳ। ୨୦୧୮ ମେ' ୧୨ରେ ପାଇଖାନାରେ ସେ ଆତ୍ମହତ୍ୟା କରିଥିଲେ। ସେ ସମୟରେ ଉକ୍ତ ଘଟଣାର ତଦନ୍ତ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା କରାଯାଇଥିଲା। ରିପୋର୍ଟରେ ଦର୍ଶାଯାଇଥିଲା ଯେ ଜିତେନ୍ଦ୍ର ଆତ୍ମହତ୍ୟା କରିବା ପୂର୍ବରୁ ଅତ୍ୟନ୍ତ ମାନସିକ ବିଷାଦର ଶିକାର ହୋଇଥିଲେ। ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିଲେ।

publive-image odisha bytes

ଏହି ଘଟଣାର ଉପଯୁକ୍ତ ତଦନ୍ତ ଓ କ୍ଷତିପୂରଣ ଦାବି କରି ମାନବାଧିକାର କର୍ମୀ ତଥା ଆଇନଜୀବୀ ପ୍ରବୀର ଦାସ ଓଏଚଆରସିରେ ଏକ ମାମଲା ରୁଜୁ କରିଥିଲେ। ମାମଲାର ବିଚାର କରି କମିସନ କହିଛନ୍ତି, ମୃତକ ଜିତେନ୍ଦ୍ର ଘୋର ମାନସିକ ବିଷାଦର ଶିକାର ହୋଇଥିବା ବିଷୟରେ ଅବଗତ ଥାଇ ମଧ୍ୟ ଜେଲ କର୍ତ୍ତୃପକ୍ଷ ତାଙ୍କୁ ମାନସିକ ଚିକିତ୍ସା କିମ୍ବା କାଉନସେଲିଂ ଯୋଗାଇ ଦେବାରେ ବିଫଳ ହୋଇଥିଲେ। ଏହା ଜେଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ବୋଲି କମିସନ ମନ୍ତବ୍ୟ ଦେବା ସହ ମୃତକଙ୍କ ଉତ୍ତରାଧିକାରୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସୁପାରିସ କରିଛନ୍ତି। କମିସନର ଅଧ୍ୟକ୍ଷ ଜଷ୍ଟିସ ବିଜୟ କାନ୍ତ ପଟେଲ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। କମିସନ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦୁଇମାସ ମଧ୍ୟରେ ମୃତକ ଜିତେନ୍ଦ୍ରଙ୍କ ପିତା ପ୍ରେମାନନ୍ଦ ବିଶ୍ୱାଳଙ୍କୁ ୨ଲକ୍ଷ ଓ ମାତା ଦୀପ୍ତିମୟୀ ବିଶ୍ବାଳଙ୍କୁ ୨ଲକ୍ଷ ଟଙ୍କା ଦେବା ସହିତ ଜିତେନ୍ଦ୍ରଙ୍କର ପତ୍ନୀ ଯିଏକି ଇତିମଧ୍ୟରେ ଅନ୍ୟତ୍ର ବିବାହ କରିସାରିଛନ୍ତି ତାଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ରୂପେ ପ୍ରଦାନ କରିବାକୁ ପଦକ୍ଷେପ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe