ମରି ଅମର ଆଶିଷ: ଅଙ୍ଗଦାନ କରି ୭ ଜଣଙ୍କୁ ଦେଲେ ନୂଆ ଜୀବନ

Advertisment

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଶତ ଚେଷ୍ଟା କରି ଜୀବନ ବଞ୍ଚାଇ ପାରିଲେନି ପରିବାର ଲୋକ। ଶେଷରେ ଅଙ୍ଗଦାନ କରି ମୃତ ଆଶିଷଙ୍କୁ ଅମର କରିଛନ୍ତି ପରିବାର। ଯାହା ୭ ଜଣଙ୍କୁ ନୂଆ ଜୀବନ ଦେଇଛି।

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଶତ ଚେଷ୍ଟା କରି ଜୀବନ ବଞ୍ଚାଇ ପାରିଲେନି ପରିବାର ଲୋକ। ଶେଷରେ ଅଙ୍ଗଦାନ କରି ମୃତ ଆଶିଷଙ୍କୁ ଅମର କରିଛନ୍ତି ପରିବାର। ଯାହା ୭ ଜଣଙ୍କୁ ନୂଆ ଜୀବନ ଦେଇଛି।

sdcxcxdd

କୋରାପୁଟ: ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଶତ ଚେଷ୍ଟା କରି ଜୀବନ ବଞ୍ଚାଇ ପାରିଲେନି ପରିବାର ଲୋକ। ଶେଷରେ ଅଙ୍ଗଦାନ କରି ମୃତ ଆଶିଷଙ୍କୁ ଅମର କରିଛନ୍ତି ପରିବାର। ଯାହା ୭ ଜଣଙ୍କୁ ନୂଆ ଜୀବନ ଦେଇଛି। 

ସୁନାବେଡ଼ା ଡିପି କ୍ୟାମ୍ପ୍‌ର ଆଶିଷ କୁମାର ଛୁଆଳସିଂ। ବାପା, ମାଆ ଛେଉଣ୍ଡ ଆଶିଷ ଭଉଣୀ ସସ୍ମିତା ଓ ଭିଣୋଇ ଅମିତ ପ୍ରଧାନଙ୍କ ପାଖରେ ରହି ଆସୁଥିଲେ। ଆଇଟିଆଇ ଫିଟର୍‌ ପଢ଼ା ଶେଷ କରିବା ପରେ ‘ହାଲ୍‌’ରେ ଆପ୍ରେଣ୍ଟିସିପ୍‌ କରୁଥିଲେ। ଏପ୍ରିଲ୍ ୧ ତାରିଖ ସକାଳ ପ୍ରାୟ ୭ଟାରେ ସୁନାବେଡା ବି ଜୋନ୍‌ ଗୋଲେଇ ଛକ ନିକଟରେ ଗୋଟିଏ କାର ସହ ଆଶିଷଙ୍କ ବାଇକ୍‌ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଆଶିଷ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ‘ହାଲ୍‌’ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହାସପାତାଳ ଏବଂ ସେଠାରୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୫ ତାରିଖ ବିଳମ୍ବିତ ରାତିରେ ଆଶିଷଙ୍କ ମୃତ୍ୟୁ ହୋଇଥିଲା।

ଆଶିଷଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଅଙ୍ଗଦାନ କରିବାକୁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଚେନ୍ନାଇ, ବେଙ୍ଗାଲୁରୁ, ବିଶାଖାପାଟଣା ସମେତ ଅନ୍ୟ ରାଜ୍ୟର ୭ ରୋଗୀଙ୍କୁ ଅଙ୍ଗଦାନ କରିବାକୁ ସହମତି ପ୍ରକାଶ କରିଥିଲେ ଭଉଣୀ ସସ୍ମିତା ଓ ଭିଣୋଇ ଅମିତ। ଏହା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଆଶିଷଙ୍କ ହୃତ୍‌ପିଣ୍ଡ, ବୃକ୍‌କ, ଯକୃତ, ଫୁସ୍‌ଫୁସ୍‌ ଓ ଅଗ୍ନାଶୟ ଭଳି ଅଙ୍ଗକୁ ବାହାର କରି ୭ ଗୁରୁତର ରୋଗୀଙ୍କୁ ପ୍ରଦାନ କରିଥିଲେ। ଯାହା ସେମାନଙ୍କୁ ନୂଆ ଜୀବନ ଦେଇଛି। ମୃତ ଆଶିଷଙ୍କ ଭଉଣୀ ଓ ଭିଣୋଇଙ୍କ ଏପରି ମହତ ପଦକ୍ଷେପକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ପୁରୀ ସ୍ବର୍ଗଦ୍ବାରରେ ଆଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। 

ସୂଚନାଯୋଗ୍ୟ ଯେ ମୃତ ଆଶିଷଙ୍କ ବାପା ପ୍ରସନ୍ନ ଛୁଆଳସିଂ ୨୦୨୧ରେ କରୋନାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ। ସେହିପରି ୨୦୨୪ରେ ମାଆଙ୍କ ମୃତ୍ୟୁ ହୋଇଥିଲା। ବାପା, ମାଆ ପରେ ଭାଇ ଆଶିଷଙ୍କୁ ହରାଇ ଭଉଣୀ ସସ୍ମିତା ଓ ‌ଭିଣୋଇ ଅମିତ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe