ମାଛଗଡ଼ରୁ ଉଦ୍ଧାର ହରିଣର ମୃତ୍ୟୁ

Advertisment
ମାଛଗଡ଼ରୁ ଉଦ୍ଧାର ହରିଣର ମୃତ୍ୟୁ

sevcikphoto.com

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ମାଛଗଡ଼ ନିକଟସ୍ଥ ବିରଳସାହି ପାଖରୁ ଉଦ୍ଧାର ହୋଇଥିବା ଏକ ହରିଣର ଆଜି ମୃତ୍ୟୁ ଘଟିଛି। ହରିଣଟିକୁ କିଛି କୁକୁର ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପ୍ରାଣ ବିକଳରେ ହରିଣଟି ଦୌଡ଼ି ଆସି ଜଣେ ଚାଷୀଙ୍କ ବଗିଚାରେ ପଶି ଯାଇଥିଲା। ବଗିଚାରେ ବିଛା ହୋଇଥିବା ଜାଲରେ ଛନ୍ଦି ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଆଣି ଚିକିତ୍ସା କରୁଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ହରିଣର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ରେଞ୍ଜ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥବା ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ କହିଛନ୍ତି। ସୂଚନା‌ଯୋଗ୍ୟ, ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଗାଁ ମୁହାଁ ହୋଇ ବିଭିନ୍ନ ସମୟରେ ପ୍ରାଣ ହରାଉଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe