ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Advertisment
ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Telegraph India

କଣ୍ଟାବଣିଆ: ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା କୁରୁଣ୍ଟି ଗାଁରେ ଆଜି ସନ୍ଧ୍ୟାରେ ଜଣେ ନାବାଳିକାଙ୍କ ସନ୍ଦେହ ଜଣକ ମୃତ୍ୟୁ ହୋଇଛି। ବାପା, ମା ଘରେ ନ ଥିବା ବେଳେ ଝିଅଟିର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ସମ୍ଭବତଃ ଝିଅ ଟିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଥିବା ସନ୍ଦେହ କରାଯାଉଛି।

ପ୍ରାପ୍ତ ସୂଚନା ମୁତାବକ, ଝିଅଟିର ବୟସ ପ୍ରାୟ ୧୨ବର୍ଷ। ସେ ସପ୍ତମ ଶ୍ରେଣୀରେ ପଢୁଥିଲେ। ବାପା, ମା ଉଭୟ ଶ୍ରମିକ ଭାବେ ଭୂଷଣ କାରଖାନାରେ କାମ କରନ୍ତି। ଆଜି ବି କାମ କରିବାକୁ ଯାଇଥିଲେ। ଘରେ ଝିଅ ଏକୁଟିଆ ଥିଲା। ସେ ଯେଉଁଠି ରହୁଥିଲେ ତାହା ପ୍ରାୟ ନିଛାଟିଆ ଥିଲା। ସନ୍ଧ୍ୟା ସମୟରେ ହଠାତ ଝିଅଟି ମରି ପଡିଥିବା ଜଣାପଡିଥିଲା।

ସୁସ୍ଥ ସବଳ ଝିଅ ଟିର ଏ ପ୍ରକାର ମୃତ୍ୟୁ କୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁ ନାହାନ୍ତ। ଏକୁଟିଆର ସୁଯୋଗ ନେଇ ସମ୍ଭବତଃ କେହି ଦୁଷ୍କର୍ମ କରି ମାରି ଦେଇଥିବା ସନ୍ଦେହ କରାଯାଉଛି। ମୋଟଙ୍ଗା ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛିଯ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ମୋଟଙ୍ଗା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe