ଅଜଣା ଗାଡ଼ି ଧକ୍କାରେ ଜଣେ ଯବାନ ମୃତ, ଜଣେ ଯବାନ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ଜଣେ ଯବାନ ମୃତ, ଜଣେ ଯବାନ ଗୁରୁତର

New Indian Express

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବ୍ରାହ୍ମଣୀପାଳ-ଦୈତାରୀ ରାସ୍ତାର ସଉତୁଣୀ ପୋଲ ନିକଟରେ ଆଜି ସନ୍ଧ୍ୟା ସାଢ଼େ ୬ଟା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଓଆଇଏସ୍‌ଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରାମଚନ୍ଦ୍ର ନାଏକ (୨୫)। ଏହା ସହ ଯବାନ ସଞ୍ଜୟ ସା (୨୬) ଗୁରୁତର ଆହତ ହୋଇଛନ୍ତି।

ଯବାନ ଦୁଇଜଣ ଏକ ବାଇକ୍‌ (ଓଡି-୦୯-ଏମ୍-୭୯୧୭)ରେ ବ୍ରାହ୍ମଣୀପାଳରୁ ଦୈତାରୀ ଫେରୁଥିବାବେଳେ ସଉତୁଣୀ ପୋଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ବ୍ରାହ୍ମଣୀପାଳ ପୁଲିସ ଉଭୟଙ୍କୁ ଉଦ୍ଧାର କରି କଳିଙ୍ଗନଗରସ୍ଥିତ ଟାଟା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe