Telegraph India
ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ବଡ଼ପଳାଶପାଳ ପଞ୍ଚାୟତ ଓସ୍ତିଆପଶି ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଦେବେନ୍ଦ୍ର ମହାନ୍ତ (୬୨)। ଧାନ ଟ୍ରାକ୍ଟର ଯିବାପାଇଁ ବିଦ୍ୟୁତ୍ ତାର ଉପରକୁ ଟେକୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତଳେ ପଡ଼ିଯାଇଥିଲେ ଦେବେନ୍ଦ୍ର।
ତାଙ୍କୁ ପ୍ରଥମେ ହରିଚନ୍ଦନପୁର ପରେ କେନ୍ଦୁଝର ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ରାତିରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
Follow Us