ବଳତ୍କାର ମାମଲାରେ ଗିରଫ ବିଚା‌ରାଧୀନ କଏଦୀଙ୍କ ମୃତ୍ୟୁ

Advertisment
ନାବାଳିକାକୁ ଦୁଷ୍କର୍ମ ଘଟଣା: ଦୋଷୀକୁ ୧୦ ବର୍ଷ ଜେଲ୍‌

अमर उजाला

ଚିକିଟି: ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଥିବା ଜଣେ ଯୁବକଙ୍କ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ଚିକିଟି କେ.ନୂଆଗାଁ ଥାନା ଅନ୍ତର୍ଗତ ଚାନ୍ଦପୁର ପଞ୍ଚାୟତ ତୋଟାଗାଁର ଦୁର୍ଗା ମଲିକଙ୍କ ପୁଅ ଅମର ମଲିକ (୩୨)ବୋଲି ବୈଦ୍ୟନାଥପୁର ଥାନା ପୁଲିସ ସୂଚନା ଦେଇଛି। ସୋମବାର ପୁଲିସ ଅମରଙ୍କ  ମୃତଦେହ ଜବତ କରି ମାଜିଷ୍ଟ୍ରେଟ ଓ ମୃତକଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇଛି।  ଅମର ରବିବାର ରାତ୍ର ୮ଟା ରେ ଜ୍ୱର ଓ ଝାଡାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତ୍ରରେ ତାଙ୍କର ମୃତ୍ୟୁ ଘଟିଥିଲା। ବୈଦ୍ୟନାଥପୁର ଥାନାରେ ଏନେଇ ୩୨୯/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ସୂଚନା ଯୋଗ୍ୟ ଅମରଙ୍କୁ ନୂଆଗାଁ  ପୁଲିସ  ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୂର୍ବରୁ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ  ପରୀକ୍ଷ ପାଇଁ ପଠା ଯାଇଥିଲା । ତାଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଥିଲା ।  ଏବେ ତାଙ୍କର ମୃତ୍ୟୁ ପରେ ପୁଣି ଥରେ ସ୍ୱାବ ସଂଗ୍ରହ କରାଯାଇଛି ବୋଲି  ବୈଦ୍ୟନାଥପୁର ଥାନା ପୁଲିସ କହିଛି । ଘଟଣାରୁ ପ୍ରକାଶ ଗତ ୭ ତାରିଖରେ ଏକ ବଳତ୍କାର ମାମଲାରେ କେ.ନୂଆଗାଁ ପୁଲିସ କେସ ନମ୍ବର ୧୫୨/୨୦ ଅନୁସାରେ ଅମରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe