ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ବୁର୍ଲା : ଗୁରୁବାର ଦିନ ବୁର୍ଲା ଭିମ୍‌ସାର୍ ନୂତନ ମେଡ଼ିସିନ୍ ବିଭାଗରେ ଚିକିତ୍ସିତ ହେଉଥିବା ଜଣେ ବିଚାରଧୀନ କଏଦୀ ଯତୀନ୍ଦ୍ର ରାଉତ(୨୮)ଙ୍କ ମୃତ୍ୟୁ ଘଟିଛି। ଯତୀନ୍ଦ୍ରଙ୍କ ଘର କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପଳାଶ ଅଞ୍ଚଳର ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଯତୀନ୍ଦ୍ର ଏକ ହତ୍ୟା ମାମଲାରେ ୨୦୧୯ ମସିହା ଅପ୍ରେଲ ୯ ତାରିଖରୁ ଧର୍ମଗଡ଼ ଜେଲ୍‌ରେ ଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତ ୧୧ ତାରିଖରେ ଧର୍ମଗଡ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ହେବାରୁ ୧୪ ତାରିଖ ଦିନ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ୩୦ ତାରିଖ ଦିନ ଭିମ୍‌ସାର୍ ଟିବି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ବିଚାରଧୀନ କଏଦୀ ହୋଇଥିବାରୁ ଆସନ୍ତାକାଲି ମାଜିଷ୍ଟେଟ, ଜେଲ୍ କର୍ତ୍ତୃପକ୍ଷ, ଡିଏଫ୍ଏସ୍‌ଏଲ୍‌ ଅଧିକାରୀ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବା ସହିତ ଏହାର ଭିଡିଓଗ୍ରାଫି ମଧ୍ୟ କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe