ବଜ୍ରାଘାତରେ ଗୁରୁତର ଯୁବକଙ୍କ ମୃତ୍ୟୁ

Advertisment
ବଜ୍ରାଘାତରେ ଗୁରୁତର ଯୁବକଙ୍କ ମୃତ୍ୟୁ

କାଳିଆପାଣି: କେନ୍ଦୁଝର  ଜିଲ୍ଲା ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ବ ସର୍କଲ ଅଫିସ ପାଖ ପାତ୍ରସାହିରେ ଗତ ୭ତାରିଖରେ ବଜ୍ରାଘାତରେ ଗୁରୁତର ଆହତ ହୋଇ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା କବିଚନ୍ଦ୍ର ପାତ୍ର(୩୬)ଙ୍କର ଗତକାଲି ମୃତ୍ୟୁ ହୋଇଛି। ଗତକାଲି ରାତିରେ ମୃତଶରୀର ଘରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ୨୫ ରୁ ୩୦ ହଜାର ଟଙ୍କା କରଜ କରିଛନ୍ତି।

ବଜ୍ରାଘାତରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କୁ ସରକାରୀ ସହାୟତା ମିଳିନଥିଲା ବୋଲି ପତ୍ନୀ ସସ୍ମିତା ପାତ୍ର ଅଭିଯୋଗ କରିଛନ୍ତି। କବିଚନ୍ଦ୍ରଙ୍କ ଅକାଳ ମୃତ୍ୟୁରେ ବୃଦ୍ଧ ମାଆବାପା ଫୁଲ ଓ ଘନ ପାତ୍ରଙ୍କ ସମେତ ୨ ଶିଶୁକନ୍ୟା ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe