ରାତି ପାହିଥିଲେ ବର ବେଶ ସାଜିଥାନ୍ତେ; ଶବ ହୋଇ ପହଞ୍ଚିଲେ ଶିକ୍ଷକ, ସାରା ଗାଁ ଶୋକରେ

ରାତି ପାହିଥିଲେ ବର ବେଶ ସାଜିଥାନ୍ତେ; ଶବ ହୋଇ ପହଞ୍ଚିଲେ ଶିକ୍ଷକ, ସାରା ଗାଁ ଶୋକରେ

ଝାରସୁଗୁଡ଼ା : ୯ ତାରିଖରେ ଥିଲା ବିବାହ ଉତ୍ସବ। ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ମନରେ ଉତ୍ସାହ ଭରି ରହିଥିଲା। ତେବେ ବିଶ୍ବ ନିୟନ୍ତାଙ୍କ ମନରେ କିଛି ଅଲଗା ଥିଲା। ଯେଉଁଦିନ ଗାଁରୁ ବର ବେଶରେ ବାହାରିଥାନ୍ତେ ସେହିଦିନ ହିଁ ଯୁବ ଶିକ୍ଷକ ନେପାଳ ପ୍ରଧାନ(୨୭)ଙ୍କ ବିୟୋଗ ଘଟିଥିଲା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଲଖନପୁର ବ୍ଲକ ଉଣେଇଶଖଣ୍ଡ ମୌଜାର କଣ୍ଢେଇକେଲା ଗ୍ରାମରେ।

ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ନେପାଳଙ୍କ ଗତକାଲି ବାନ୍ତି ହୋଇଥିଲା। ଶାରୀର ଅସୁସ୍ଥ ଲାଗିବାରୁ ସେ ଏକ ବୋଲରୋରେ ଝାରସୁଗୁଡ଼ା ଆସି ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ‌ ନେଗେଟିଭ୍‌ ଆସିଥିଲା। ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଅଚାନକ ତାଙ୍କ ଅମ୍ଳଜାନ ପରିମାଣ କମିବାକୁ ଲାଗିଥିଲା। ଅବସ୍ଥା ଉଦ୍‌ବେଗଜନକ ହେବାରୁ ପରିବାର ଲୋକେ ରାତି ୨ ଟାରେ ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ। ବୁର୍ଲାରେ ଚିକିତ୍ସା ସେବା ତୁରନ୍ତ ନମିଳିବାରୁ ତାଙ୍କୁ ସେଠାରୁ ବରଗଡ଼ ବିକାଶ ହସ୍‌ପିଟାଲକୁ ନେଇଥିଲେ। ମାତ୍ର ବରଗଡ଼ରେ ପହଞ୍ଚିବା ପରେ ସେଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ଜଣେ ଛାତ୍ରବତ୍ସଳ, ମେଳାପି, ସାମାଜିକ ଓ କ୍ରୀଡ଼ା ସଂଗଠକ ଭାବରେ ସେହି ଅଞ୍ଚଳରେ ବେଶ ପରିଚିତ ଥିବା ନେପାଳଙ୍କ ଆଜି ବିବାହ ଲଗ୍ନଥିଲା। ବରଗଡ଼ ଜିଲ୍ଲା ବଙ୍ଗାପାଲି ଗ୍ରାମରେ ତାଙ୍କର ବିବାହ ସ୍ଥିର ହୋଇଥିଲା। କରୋନା ମହାମାରୀରୁ ଜିଲ୍ଲାକୁ ରକ୍ଷା କରିବା ପାଇଁ ସେ ଅନେକ ଦିନ ସୀମାରେ ତନଖି କାର୍ଯ୍ୟରେ ମଧ୍ୟ ନିୟୋଜିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe