୨ ଆଜୀବନ କଏଦୀଙ୍କ ମୃତ୍ୟୁ

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ବଲାଙ୍ଗୀର/ଦେବଗଡ଼: ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଇ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି। ଉଭ‌ୟେ ହତ୍ୟା ମାମଲାରେ ବନ୍ଦୀ ଜୀବନ ବିତାଉଥିଲେ। ବଲାଙ୍ଗୀର ଜିଲ୍ଲା କାରାଗାରରେ ଥିଲେ ବେଲପଡ଼ା ଥାନା ସର୍ଗିଗୁଡ଼ା ଗାଁର ସୁନାଧର ବାଗ (୭୦ ବର୍ଷ)। ୨୦୦୭ ମସିହାରେ ଜଣେ ନାବାଳକକୁ ହତ୍ୟା ଘଟଣାରେ ଗିରଫ ହୋଇଥି‌ଲେ ସୁନାଧର। ଗୁରୁବାର ସକାଳୁ ନିଶ୍ଵାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜଲେ କର୍ତ୍ତୃପକ୍ଷ ସୁନାଧରଙ୍କ ପରିବାର ଲୋକଙ୍କୁ ଖବର ଦେଇ ବ୍ୟବଚ୍ଛେଦ ପାଇଁ ଶବ ପଠାଇଥିଲେ। ସେହିପରି ୨୦୦୯ ମସିହାରୁ ହତ୍ୟା ମାମଲାର ଅଭିଯୁକ୍ତ ରିଆମାଳ ଅନ୍ତର୍ଗତ ଭିତରପଦ ଗ୍ରାମର କେଶବ କୁମୁରା (୬୨ ବର୍ଷ) ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ପକ୍ଷାଘାତରେ ପୀଡ଼ିତ କେଶବ କାରାଗାର ଭିତରେ ଚିକିତ୍ସାଧୀନ ଥିଲେ। ବୁଧବାର ରାତିରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜେଲ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe