India TV News
ବୌଦ୍ଧ/ପୁରୁଣାକଟକ: ବୌଦ୍ଧ ଥାନା ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମ କେନାଲ ନିକଟରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମହିଳାଜଣକ ସେହି ଗାଁର ସନ୍ତୋଷିନୀ ଜେନା(୩୫) ବୋଲି ଜଣାପଡିଛି। ରବିବାର ସକାଳ ଭୋର୍ ୫ଟା ବେଳେ ସେ ନିଜ ଘରଠାରୁ ୪୦୦ ମିଟର ପାଖର ଥିବା ଏକ କେନାଲକୁ ଶୌଚ ପାଇଁ ଯାଇଥିଲେ କିନ୍ତୁ ଫେରିନଥିଲ। କିଛି ସମୟ ପରେ କେନାଲ ନିକଟରେ ତାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।
/sambad/media/post_attachments/wp-content/uploads/2020/11/t-14.jpg)
ଗାଁ ଲୋକଙ୍କ ଠାରୁ ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ସ୍ବାମୀ ଅଷ୍ଟମୀ ଜେନା(୪୦) ଜଣେ ଦିନମଜୁରିଆ। ସେ ସୋନପୁର ଜିଲ୍ଲାରେ ଦିନ ମଜୁରି କରି ରହୁଥିବା ବେଳେ ଗାଁରେ ସନ୍ତୋଷିନୀ ତାଙ୍କ ନଣନ୍ଦ ଓ ତାଙ୍କ ଗୋଟିଏ ପୁଅ ଓ ଦୁଇ ଝିଅ ସହ ରହୁଥିଲେ।
Follow Us