ଆଇନଜୀବୀଙ୍କ ପରଲୋକ

Advertisment
ଆଇନଜୀବୀଙ୍କ ପରଲୋକ

ଜୟପୁର: ପାଣିନାଳାସାହିରେ ରହୁଥିବା ଆଇନଜିବୀ କୈଳାଶ ଚନ୍ଦ୍ର ଦାଶ (ବଡ଼ ମିଟୁ)ଙ୍କର ଆଜି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ବୟସ ହୋଇଥିଲା। ସେ ୨୦୦୨ମସିହା ସେପ୍ଟମ୍ବର ୭ତାରିଖରେ ଜୟପୁର ଜିଲ୍ଲା ଓକିଲ ସଂଘର ସଭ୍ୟ ଭାବେ ପଂଜିକରଣ କରାଇବା ସହ ଟ୍ୟାକ୍ସ ପ୍ରାକ୍ଟିସ କରୁଥିଲେ। ଜଣେ ମେଳାପୀ, ଅଧ୍ୟାତ୍ମିକଚିନ୍ତାଧାରା, ହସହସ ମୁହଁ, ମିଷ୍ଟଭାଷୀ ଭାବେ ସହରରେ ଓ ବ୍ୟବସାୟୀ ବର୍ଗରେ ପରିଚିତ ଥିଲେ।

ତାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯିବା ପାଇଁ ତାଙ୍କ ମରଶରୀରକୁ ସେଠାକୁ ନିଆଯାଇଥିଲା। ତାଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ସଭାପତି ସରୋଜ ଦାଶ, ଉପସଭାପତି ଗିରିଧର ଖରା, ସଂପାଦକ ଆନନ୍ଦ ରଥ, ସହ ସଂପାଦକ ପି.ସନ୍ୟାସୀ ରାଓ, ଦାଶରଥୀ ପଟ୍ଟନାୟକ, ଶଶାନନ୍ଦ ମିଶ୍ର, ରବିନ୍ଦ୍ର ପାତ୍ର, ତାରିଣୀ ପାଣିଗ୍ରାହୀ, ବିରେଶ ପଟ୍ଟନାୟକ, ଆରତୀ ମହାନ୍ତି,  ଲାଲୁ ଷଡଙ୍ଗୀ, ଲାଲ ମୋହନ ମିଶ୍ର, ଶିଶିର ମିଶ୍ର, ଶୁଭେନ୍ଦୁ ମିଶ୍ର, ଅନୁପ ପାତ୍ର , ସହଦେବ ପଟ୍ଟନାୟକ,  ଚାର୍ଟଡ ଆକାଉଣ୍ଟାଣ୍ଟ ସିଏଚ୍ ଶ୍ରୀନିବାସ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe