Image Courtesy of Sambad English
ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟ କେନ୍ଦ୍ରର ‘ଆଶା’ କର୍ମଚାରୀ ମିନି ପ୍ରଧାନଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ପରିବାର ଲୋକଙ୍କୁ ତିନି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବାକୁ ‘ଜାତୀୟ ମାନବ ଅଧିକାର କମିସନ୍’ ଓଡ଼ିଶା ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଅମ୍ବୁଲାନ୍ସ୍ ଅଭାବ, ରସ୍ତା ଓ ମୋବାଇଲ୍ ସଂଯୋଗ ନ ଥିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।
ସମ୍ପୃକ୍ତ ପରିବାରକୁ ତିନି ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାର କାଗଜପତ୍ର ଏବର୍ଷ ଡିସେମ୍ବର ୧୩ ତାରିଖ ସୁଦ୍ଧା ଦାଖଲ କରିବାକୁ ‘ଏନ୍ଏଚ୍ଆର୍ସି’ ଓଡ଼ିଶାର ମୁଖ୍ୟ ସଚିବଙ୍କୁ କହିଛନ୍ତି। ସୁପ୍ରିମ୍ କୋର୍ଟର ଓକିଲ ଏବଂ ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କଦ୍ବାରା ଦାଏର ହୋଇଥିବା ମାମଲାର ଶୁଣାଣି କରି ‘ଏନ୍ଏଚ୍ଆର୍ସି’ ଏହି ନିର୍ଦେଶ ଜାରି କରିଛନ୍ତି।
Image Courtesy of The Hinduପିଟିସନ୍ରେ ତ୍ରିପାଠୀ ଦର୍ଶାଇଥିଲେ ଯେ, ୨୦୧୬, ସେପ୍ଟେମ୍ବର ୫ ତାରିଖ ଦିନ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯିବା ବାଟରେ ଆସନ୍ନ ପ୍ରସବା ଆଶାକର୍ମୀ ମିନି ପ୍ରଧାନଙ୍କର ମୃତ୍ୟୁ ଘଟିଥିଲା। ଅମ୍ବୁଲାନ୍ସ୍, ରସ୍ତା ଓ ମୋବାଇଲ୍ ସଂଯୋଗ ନ ଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା କଥା ସେ ପିଟିସନ୍ରେ ଉଲ୍ଲେଖ କରିଥିଲେ। ଏହି ବିଫଳତା ଲାଗି ରାଜ୍ୟ ସରକାରଙ୍କ ଠାରୁ ମୋଟା ଅଙ୍କର ଅନୁକମ୍ପ ରାଶି ଦାବି କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ତ୍ରିପାଠୀ ନିବେଦନ କରିଥିଲେ।
‘ଏନ୍ଏଚ୍ଆର୍ସି’ଙ୍କ ନିର୍ଦେଶ ପାଇବା ପରେ ଓଡ଼ିଶା ଜାତୀୟ ସ୍ବାସ୍ଥ୍ୟ ମିସନର ପ୍ରଶାସନିକ ନିର୍ଦେଶକ ଉପରୋକ୍ତ ତିନୋଟି ଜିନିଷର ଅବ୍ୟବସ୍ଥା ଥିବା କଥା ସ୍ବୀକାର କରିଥିଲେ।
Follow Us