Image Source-Update-Odisha
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଜଣେ ଏଡସ ଆକ୍ରାନ୍ତ ପ୍ରସୂତୀଙ୍କୁ ସରକାରୀ ଚିକିତ୍ସା ଦିଆ ନ ଯିବାରୁ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁକୁ ନେଇ ସେ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ଅଞ୍ଚଳର ଜଣେ ଏଡସ ଆକ୍ରାନ୍ତ ପ୍ରସୂତୀ ଦୁଇ ଦିନ ତଳେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ (ପିଆରଏମ ହସ୍ପିଟାଲ)କୁ ଚିକିତ୍ସା ଲାଗି ଆସିଥିଲେ। ମାତ୍ର ସେହି ଏଡସ ଆକ୍ରାନ୍ତ ପ୍ରସୂତୀଙ୍କୁ ଚିକିତ୍ସା କରିବାକୁ ପିଆରଏମ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ । ଏହାଫଳରେ ଜନ୍ମ ନେବା ପୂର୍ବରୁ ତାଙ୍କ ପେଟରେ ବଢ଼ୁଥିବା ଶିଶୁର ମୃତ୍ୟୁ ଘଟିଛି। ଏହାପରେ ପ୍ରସୂତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
Image Source--healthlineଏହି ଖବର ପାଇବାପରେ କେତେକ ସ୍ବେଚ୍ଛାସେବୀ ସଂଗଠନ ଏବଂ ଗଣମାଧ୍ୟମ ପ୍ରତିନିଧି ପିଆରଏମ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଉକ୍ତ ଏଡସ ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ। ଏହାପରେ ପିଆରଏମ ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ମହିଳାଙ୍କର ଚିକିତ୍ସା କରୁଥିବା ଜଣାଯାଇଛି।
Follow Us