କରୋନାରେ ଚିଟ୍‌ଫଣ୍ଡ ନିର୍ଦେଶକଙ୍କ ମୃତ୍ୟୁ, ଝାରପଡ଼ା ଜେଲରେ ବ୍ୟାପିଲାଣି ସଂକ୍ରମଣ!

Advertisment

ଚିକିତ୍ସାରେ ଅବହେଳା ଅଭିଯୋଗ, କାଲିଠୁ ଆରମ୍ଭ ହେବ କୋଭିଡ୍ ଟେଷ୍ଟ

ଚିକିତ୍ସାରେ ଅବହେଳା ଅଭିଯୋଗ, କାଲିଠୁ ଆରମ୍ଭ ହେବ କୋଭିଡ୍ ଟେଷ୍ଟ

ଜାମୁଝରିକୁ ଉଠିଯିବ ଝାରପଡ଼ା ଜେଲ୍‌

Telegraph India

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲ୍‌ରେ ସଂକ୍ରମଣ ବଢ଼ି ଚାଲିଛି। ଗତକାଲି ଝାରପଡ଼ା ଜେଲ୍‌ର ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ପରେ ଏବେ ଜେଲ୍‌ରେ ସଂକ୍ରମଣ ଭୟ ଘାରିଛି। ଆସନ୍ତାକାଲିଠାରୁ ଝାରପଡ଼ା ଜେଲରେ କଏଦୀ ଓ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ମୃତକ ହେଲେ ୬ଶହ କୋଟି ଟଙ୍କା ଠକେଇ କରିଥିବା ଗୋଲଡେନ୍ ଲ୍ୟାଣ୍ଡ ଚିଟ୍‌ଫଣ୍ଡ କମ୍ପାନି ନିର୍ଦ୍ଦେଶକ ଯୁଗଳ ମାଧବ ଖଣ୍ଡୁଆଳ। ଯୁଗଳଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ୨୦୧୯ ମେ ୯ ତାରିଖରେ ସିବିଆଇ ହାତରେ ଧରାପଡ଼ି ବିଚାରାଧୀନ କଏଦୀ ଭାବେ ଝାରପଡ଼ା ଜେଲରେ ଥିଲେ। ଯୁଗଳ ଜେଲରେ ଥିବା ବେଳେ କିଭଳି ସଂକ୍ରମଣ ବ୍ୟାପିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଗତ ୧୩ ତାରିଖ ବିଳମ୍ବିତ ରାତିରେ ତାଙ୍କୁ ପ୍ରବଳ ଜ୍ବର ସହ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଭିଡ୍ ପରୀକ୍ଷା ପରେ ପଜିଟିଭ୍ ବାହାରିଥିଲା।

ଏହି ଘଟଣା ପରେ ଚିକିତ୍ସାରେ ଅବହେଳା କରା ଯାଇଥିବା ଅଭିଯୋଗ ମଧ୍ୟ ଆସିଛି। ଜ୍ବର ଆସିବା ପରେ ତୁରନ୍ତ କୌଣସି ଚିକିତ୍ସା ବ୍ୟବସ୍ଥା କରା ଯାଇ ନ ଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ନିଆଯାଇଥିଲା ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି। ଜେଲ୍‌ରେ ଏବେ ଜଣେ କରୋନା ଆକ୍ରାନ୍ତ କଏଦୀ ଆଇସୋଲେସନରେ ରହିଛନ୍ତି। ପଜିଟିଭ୍ ଥିବା ଆଉ ୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ଥରେ ପରୀକ୍ଷା ସରିଥିବା ବେଳେ କରୋନା ଆକ୍ରାନ୍ତ କଏଦୀଙ୍କ ମୃତ୍ୟୁ ପରେ ଆଉ ଥରେ କୋଭିଡ୍ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜେଲ୍ ଅଧୀକ୍ଷକ ଡି.ଏନ୍ ବାରିକ କହିଛନ୍ତି। ସୂଚନାଯୋଗ୍ୟ, ଗୋଲଡେନ୍ ଲ୍ୟାଣ୍ଡ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ୨୦୧୯ ମେ ୯ ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଯୁଗଳ ସମେତ କମ୍ପାନିର ୬ ଜଣଙ୍କୁ ଗିରଫ କରିଥିଲା। ଏହି ମାମଲା ଏବେ ସିବିଆଇ କୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe