ସିଆର୍‌ପିଏଫ୍ ଯବାନଙ୍କ ପରଲୋକ

Advertisment
ସିଆର୍‌ପିଏଫ୍ ଯବାନଙ୍କ ପରଲୋକ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍‌ ଅନ୍ତର୍ଗତ ମାନପୁର ଗାଁର ସିଆର୍‌ପିଏଫ୍ ଯବାନ ପରମେଶ୍ବର ପଧାନ (୪୬ ବର୍ଷ) କର୍କଟ ରୋଗରେ ପୀଡ଼ିତ ହୋଇ ଦେହାନ୍ତ ହୋଇଛି। ସ୍ବର୍ଗତ ବିଶ୍ବାଳ ୧୭୩ ବାଟାଲିଏନ୍ ସିଆର୍‌ପିଏଫ୍ ହୋଇଥିବା ବେଳେ ସେ ନାଗାଲାଣ୍ତର ଦିମାପୁରରେ କାର୍ଯ୍ୟରତ ଥିଲେ। ସେ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମରଶରୀରକୁ ସଡ଼କ ପଥରେ ମୁମ୍ବାଇରୁ ରାୟପୁର ଅଣାଯାଇଥିଲା। ମାନପୁର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସେ ତାଙ୍କ ପଛରେ ବାପା, ପତ୍ନୀ, ଦୁଇ ପୁଅ, ଭାଇ ଓ ପରିବାରବର୍ଗଙ୍କୁ ଛାଡ଼ି ଯାଇଛନ୍ତି।

ପଦ୍ମପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ, ବିଜେପୁର ତହସିଲଦାର ଆର୍ତତ୍ରାଣ ଥାଟି, ଥାନାଧିକାରୀ ସନୟ ନାୟକଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ତଥା ଯବାନମାନେ ତାଙ୍କ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାଂସଦ ସୁରେଶ ପୂଜାରୀ, ଜମିଦାର ସନତ ଗଡ଼ତିଆ, ବ୍ଲକ୍‌ ଅଧ୍ୟକ୍ଷ ମୋତିରାମ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆଙ୍କ ସମେତ ବିଭିନ୍ନ ଦଳର ରାଜନେତା ତଥା ବହୁ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ, ଜନସାଧାରଣ ପ୍ରମୁଖ ଶବାଧାରରେ ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍ବର୍ଗତ ବିଶ୍ବାଳଙ୍କ ବିୟୋଗରେ ମନ୍ତ୍ରୀ ରୀତା ସାହୁ ଶୋକପ୍ରକାଶ କରିଛନ୍ତି। ତାଙ୍କ ମରଶରୀରକୁ ଗାଁ ମୁଣ୍ତରେ ଥିବା ରାଞ୍ଜ ନଦୀକୂଳକୁ ନିଆଯାଇଥିଲା। ସିଆର୍‌ପିଏଫ୍ ଓ ପୁଲିସ୍‌ ବିଭାଗ ପକ୍ଷରୁ ତାଙ୍କୁ ଗାର୍ଡଅଫ ଅନର ଦିଆଯାଇଥିଲା। ବଡ଼ ପୁଅ ଆର୍ଯ୍ୟନ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe