୧୧କେଭି ତାର ଲାଗି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ଚାଷୀଙ୍କ ମୃତ୍ୟୁ

Advertisment
ମୟୂରଭଞ୍ଜ : ନାବାଳକ ପୁଅକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ବାପା!

image source-sisat

ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ବିଦ୍ୟୁତ ତାର ଲାଗି ଜଣେ ଚାଷୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚାଷୀ ଜଣକ ବେତନଟୀ ଥାନା ଅଧୀନ କାଠପାଳର ସ୍ବର୍ଗତ ପିତାମ୍ବର ମହାନ୍ତଙ୍କ ପୁଅ ଭାସ୍କର ଚନ୍ଦ୍ର ମହାନ୍ତ। ତାଙ୍କର ବୟସ ୬୨ ବର୍ଷ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭାସ୍କର ଆଜି ସକାଳୁ ନିଜ ଜମିକୁ ଚାଷ କାମ ଲାଗି ଯାଉଥିବା ବେଳେ ଛିଣ୍ଡି ପଡ଼ିଥିବା ୧୧କେଭି ତାର ଲାଗି ତାଙ୍କର ମୃତ୍ୟୁ ଘଟିଛି l ଘଟଣାକୁ ନେଇ କାଠପାଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି l ବାରମ୍ବାର ବିଦ୍ୟୁତ ଦୁର୍ଘଟଣା ଘଟି ଲୋକମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, କିନ୍ତୁ ବିଭାଗ ତାର ବଦଳରେ କେବୁଲ ନ କରି ଏହାକୁ ହେୟଜ୍ଞାନ କରୁଥିବାର ଅଭିଯୋଗ ହେଉଛି। ଗାଁ ଲୋକେ ଭାସ୍କର ଚନ୍ଦ୍ର ମହାନ୍ତଙ୍କୁ ଖଟିଆରେ ଆଣି ଗାଁରେ ରଖିଛନ୍ତି। ସେମାନେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe