ଗୁଳିମାଡ଼ରେ ବନରକ୍ଷୀଙ୍କ ମୃତ୍ୟୁ ଘଟଣା: ଝାଡ଼ଖଣ୍ଡରୁ ଧରାପଡ଼ିଲେ ଆଉ ୨ ଅଭିଯୁକ୍ତ

୬ ଲୁଟେରାଙ୍କଠାରୁ ୨୦  ମୋବାଇଲ୍‌ ଜବତ

ବାରିପଦା/କଳାବାଡ଼ିଆ: ଶିକାରୀଙ୍କ ଗୁଳିମାଡ଼ରେ ଶିମିଳିପାଳର ବନରକ୍ଷୀ ବିମଳ କୁମାର ଜେନାଙ୍କ ମୃତ୍ୟୁ ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୁପାଇ ସିଂ (୨୬) ଓ ଗୋବର୍ଦ୍ଧନ ସିଂ (୪୫)। ଉଭୟଙ୍କ ଘର ବାଙ୍ଗିରିପୋଷି ଥାନା ବଡ଼ଗାଁ ପଞ୍ଚାୟତ ସୁନାପୋଷି ଗାଁରେ। ଘଟଣା ପରଠୁ ଦୁହେଁ ଝାଡ଼ଖଣ୍ଡ ମୁସାବଣି ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିଲେ। ଫୋନ୍‌ ଟ୍ରାକିଂ ଜରିଆରେ ଉଭୟଙ୍କୁ ଠାବ କରାଯିବା ପରେ ସେମାନଙ୍କୁ ଧରିବାକୁ ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ଡେରା ପକାଇଥିଲା।

ସୋମବାର ବିଳମ୍ବିତ ରାତିରେ ଦୁଇଜଣଙ୍କୁ ମାଡ଼ି ବସିଥିଲା ପୁଲିସ। ଏହି ୨ ଜଣଙ୍କୁ ମିଶାଇ ଗୁଳିକାଣ୍ଡରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସ୍‌ପି ଦାୟିତ୍ବରେ ଥିବା ବାଲେଶ୍ବର ଏସ୍‌ପି ସାଗରିକା ନାଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe