ଗତକାଲି ନଦୀରେ ବୁଡ଼ି ମେକାନିକଙ୍କର ମୃତ୍ୟୁ, ଆଜି ମିଳିଲା ନଦୀରୁ ମୃତଦେହ

Advertisment
ଚାନ୍ଦବାଲି: ବାଇକ୍ ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ

image source--sisat

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ - ପଦ୍ମପୁର ମୁଖ୍ୟ ରାସ୍ତାରେ ଥିବା ମାୟାବତୀ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ପାଟଣାଗଡ଼ - ପଦ୍ମପୁର ରାସ୍ତାରେ ଥିବା ମାୟାବତୀ ନଦୀକୁ ଗତକାଲି ସନ୍ଧ୍ୟା ସମୟରେ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ସେ ସେଠାରୁ ଫେରି ନଥିଲେ। ସକାଳୁ ବ୍ରହ୍ମପୁରର କିଛି ଲୋକେ ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ କେହି ଜଣେ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ଏସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲା। ଦମକଳ ବାହିନୀ ନଦୀ ଭିତରେ ଭାସୁଥିବା ମୃତଦେହକୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିବା ଜଣା ପଡ଼ିଛି। ମୃତଦେହଟି  ସାଫିକ୍ ନାମକ ଜଣେ ମେକାନିକଙ୍କର ବୋଲି ଜଣାଯାଇଛି।

ସେ ପାଟଣାଗଡ଼ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ନିକଟରେ ଥିବା ଏକ ଗ୍ୟାରେଜ ଦୋକାନ ଦେଇଥିଲେ। ଭଦ୍ରକ ଜିଲ୍ଲାର ମୂଳ ନିବାସୀ ସାଫିକ୍ ଗତ ୩୦ ବର୍ଷ ହେବ ପାଟଣାଗଡ଼ରେ ଗ୍ୟାରେଜ୍ ଦୋକାନ ଦେଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ପାଟଣାଗଡ଼ରେ ତାଙ୍କର କେହି ନ ଥିବା ଜଣାପଡ଼ିଛି। ଘଟଣାକୁ ନେଇ ପାଟଣାଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe