ThePleasantDream
କାଳିଆପାଣି: ପୋଡ଼ା ଘାଆ ସଂକ୍ରମଣରେ ୨ ମାସ ଧରି ଯନ୍ତ୍ରଣା ଭୋଗିବା ପରେ ମଝିନଗଡ଼ାର ମୁଖିଆ ବୃନ୍ଦା ପ୍ରଧାନ(୭୨)ଙ୍କ ଗତକାଲି ମୃତ୍ୟୁ ହୋଇଛି। ଗାଁ ମୁଣ୍ଡ ଶ୍ମଶାନରେ ୩ ପୁଅ କଟକିଆ, ଗୌରାଙ୍ଗ ଓ ହରି ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ଶେଷକୃତ୍ୟ କରାଯାଇଛି। ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆ ଯାଇଥିଲେ ମଧ୍ୟ ସଂକ୍ରମଣ ଭଲ ହୋଇନଥିଲା।
ଡିସେମ୍ବର ମାସ ୨୫ ତାରିଖ ନିଆଁ ପୁଇଁ ହେଉଥିବା ସମୟରେ ସେ ପୋଡ଼ିହୋଇ ଗୁରୁତର ହୋଇଥିଲେ। ତାଙ୍କ ଡାହାଣ ଗୋଡ଼ ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ପୋଡ଼ିଯାଇଥିଲା। ତାଙ୍କୁ ୩ ଦିନ ଧରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖା ଯାଇଥିଲା। ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠା ଯାଇଥିଲା। ଘାଆ ଭଲ ହୋଇ ନଥିଲେ ମଧ୍ୟ ସପ୍ତାହ ପରେ ତାଙ୍କୁ ଗାଁ ପଠାଇ ଦିଆଯାଇଥିଲା। ଦେଢ଼ମାସ ଧରି ଘରେ ପଡ଼ି ରହିବା ପରେ ସେ ଗତକାଲି ଆଖି ବୁଜିଥିଲେ।
ନଗଡ଼ାରେ ତାଙ୍କୁ ଏକାଧିକବାର ଭେଟି ଯାଜପୁର କିମ୍ବା କଟକ ବଡ଼ଡାକ୍ତରଖାନା ନେବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ରୋଗୀ ଓ ତାଙ୍କ ପରିବାର ଅରାଜି ହୋଇଥିଲେ ବୋଲି ଡାକ୍ତର ଶୁଭାଶିଷ ଜେନା କହିଛନ୍ତି।
Follow Us