ପ୍ରାଧ୍ୟାପକ ଲେଫ୍ଟନାଣ୍ଟ ଉତ୍ତମ ହୋତାଙ୍କ ପରଲୋକ

ପ୍ରାଧ୍ୟାପକ ଲେଫ୍ଟନାଣ୍ଟ ଉତ୍ତମ ହୋତାଙ୍କ ପରଲୋକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଲେଫ୍ଟନାଣ୍ଟ ଉତ୍ତମ ହୋତାଙ୍କ(୫୯ ବର୍ଷ) ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ଲେଫ୍ଟନାଣ୍ଟ ହୋତାଙ୍କ ଜନ୍ମସ୍ଥାନ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଲଛିପୁର ଗ୍ରାମରେ। ସେ ବରଗଡ଼ ଜିଲ୍ଲା ଅତାବିରା ଓ ମୃତ୍ୟ ବେଳକୁ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାଠାରେ ଅଧ୍ୟାପନା କରିଥିଲେ। ସେ ଜଣେ ଆଗଧାଡ଼ିର ଲେଖକ, କବି, ବକ୍ତା, ସଙ୍ଗଠକ ତଥା ଛାତ୍ର ବତ୍ସଲ ଶିକ୍ଷକ ଭାବରେ ସୁନାମ ଅର୍ଜନ କରିଥଲେ।

ସମ୍ବଲପୁରୀ/କୋଶଲି ଭାଷାରେ ୨୫ଖଣ୍ଡ ପୁସ୍ତକ, ଓଡ଼ିଆରେ ୧୦ଖଣ୍ଡ, ଇଂରାଜୀରେ ୫ଖଣ୍ଡ ଓ ହିନ୍ଦୀ ଭାଷାରେ ଗୋଟିଏ ପୁସ୍ତକ ରଚନା କରିଛନ୍ତି। ତାଙ୍କ ସ୍ତ୍ରୀ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ନନ୍ଦିନୀ ଶତପଥୀ ଓ ଏକମାତ୍ର କନ୍ୟା ଅଛନ୍ତି। ତାଙ୍କ ବିୟୋଗରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା ଓ ଅନ୍ୟ କର୍ମଚାରୀ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe