ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗ : ଚାପରେ ମୃତକର ପରିବାର ବୟାନ ଦେଇଛନ୍ତି: ଜୟନ୍ତ ଷଡ଼ଙ୍ଗୀ

Advertisment

ପୁରୀ ବନ୍ଦ ଡାକରା ଦେବ ବିଜେପି

ପୁରୀ ବନ୍ଦ ଡାକରା ଦେବ ବିଜେପି

ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗ : ଚାପରେ ମୃତକର ପରିବାର ବୟାନ ଦେଇଛନ୍ତି: ଜୟନ୍ତ ଷଡ଼ଙ୍ଗୀ

jayantakumarsarangi.com

ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁର ଶିକାର ଯୁବକ ମୃତ ଦେହକୁ ପରିବାରକୁ ନ ଜଣାଇ ପୁଲିସ ଶବଦାହ କରିଥିଲା। ଗତକାଲି ମୃତକର ମା' ଯେଉଁ ବୟାନ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ହୋଇ କହିଛନ୍ତି। ଏବେ ମୃତକର ମା'କୁ ଲୁଚାଇ ରଖାଯାଇଛି। ତାଙ୍କର ପତ୍ତା ମିଳୁନି। ରବିବାର ବିଧାନସଭା ଗୃହ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି ଅଭିଯୋଗ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।

କହିଛନ୍ତି, ଏହି ମାମଲାକୁ ଚପାଇ ଦେବା ପାଇଁ ସବୁ ପ୍ରକାର ଷଡ଼ଯନ୍ତ୍ର କରାଯାଉଛି। ତାର ପର୍ଦ୍ଦାଫାସ୍‌ କରାଯିବ। ହାଜତ ମୃତ୍ୟୁ ଘଟଣାରେ ବିଜେପି ମ୍ୟାନେଜ୍‌ ହୋଇନି। ଆସନ୍ତାକାଲି ପୁଣି ଥରେ ଏହି ପ୍ରସଙ୍ଗ ଗୃହରେ ଉଠିବ। ଅନ୍ୟପକ୍ଷରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଛି। ଖୁବଶୀଘ୍ର ପୁରୀ ବନ୍ଦ କରିବା ପାଇଁ ଦଳ ପକ୍ଷରୁ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe