ବରଗଡ଼ର ପ୍ରଥମ ପେଣ୍ଟର ରବୀନ୍ଦ୍ର ଚକ୍ରବର୍ତ୍ତୀଙ୍କ ପରଲୋକ

Advertisment
ବରଗଡ଼ର ପ୍ରଥମ ପେଣ୍ଟର ରବୀନ୍ଦ୍ର ଚକ୍ରବର୍ତ୍ତୀଙ୍କ ପରଲୋକ

ବରଗଡ଼: ବରଗଡ଼ର ପ୍ରଥମ ପେଣ୍ଟର୍‌ ତଥା ରବର ଷ୍ଟାମ୍ପ୍‌ ପ୍ରସ୍ତୁତକାରୀ ରବୀନ୍ଦ୍ର ଚକ୍ରବର୍ତ୍ତୀ (୮୫ ବର୍ଷ)ଙ୍କ ପରଲୋକ ଘଟିଛି। ୧୯୬୦ ମସିହାରେ ସେ କୋଲକାତାରୁ ବରଗଡ଼ ଆସିଥିଲେ। ବ୍ୟବସାୟିକ ପ୍ରତିଷ୍ଠାନ ଷ୍ଟୁଡିଓ ଆର୍ଟସ୍‌ମେନର୍‌ ଆରମ୍ଭ କରିଥିଲେ। ଯାହା ଏହି କ୍ଷେତ୍ରରେ ଜିଲ୍ଲାରେ ପ୍ରଥମ। ତେବେ ଶ୍ବାସରୋଗରେ ପୀଡ଼ିତ ଥିବାରୁ ସେ ଗତ ପାଞ୍ଚ ଦିନ ହେଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ମରଶରୀରକୁ ତାଙ୍କ ୱାର୍ଡ ନମ୍ବର-୧୦ ସ୍ଥିତ ବାସଭବନକୁ ଅଣାଯିବା ପରେ ବହୁସଂଖ୍ୟାରେ ଲୋକେ ଅନ୍ତିମ ଦର୍ଶନ କରିଥିଲେ। ଜୀରାନଦୀକୂଳ ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା।

ବଡ଼ପୁଅ ସୁବ୍ରତ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ଚକ୍ରବର୍ତ୍ତୀ ତାଙ୍କ ପଛରେ ସ୍ତ୍ରୀ ରେଖାଙ୍କ ସମେତ ୫ ପୁଅ ସୁବ୍ରତ, ଦେବବ୍ରତ, କଳ୍ପତରୁ, ବରୁଣ ଓ ସାଗର, ୩ ଝିଅ ଡଲି, ପଲ୍ଲୀ, ମଲ୍ଲିକାଙ୍କ ସହ ପରିବାରବର୍ଗଙ୍କୁ ଛାଡ଼ି ଚାଲିଯାଇଛନ୍ତି। ସ୍ବର୍ଗତ ଚକ୍ରବର୍ତ୍ତୀ ଗଣଇସ୍ତହାର ପରିବାର, ଗାନ୍ଧୀ ପାଠାଗାର ସହିତ ଜଡ଼ିତ ଥିଲେ। ଗାନ୍ଧୀ ପାଠାଗାର କୋଠା ବାହାରେ ଅଙ୍କିତ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି ଆଙ୍କିବା ସହିତ ୮୦ ଦଶକରୁ ସେ ଯୋଗ ଶିକ୍ଷା ଦେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe