ବରିଷ୍ଠ ସ୍ତମ୍ଭକାର ଡକ୍ଟର ପାବକ କାନୁନ୍‌ଗୋଙ୍କ ପରଲୋକ

ବରିଷ୍ଠ ସ୍ତମ୍ଭକାର ଡକ୍ଟର ପାବକ କାନୁନ୍‌ଗୋଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। କଟକର ମର୍କତନଗର (ସି.ଡି.ଏ.)ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି...

ଅଦ୍ୟତନ ହୋଇଛି
4amnzxpaq1

କଟକ: ବରିଷ୍ଠ ସ୍ତମ୍ଭକାର ଡକ୍ଟର ପାବକ କାନୁନ୍‌ଗୋଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।   କଟକର ମର୍କତନଗର (ସି.ଡି.ଏ.)ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ସେ ଖ୍ରୀଷ୍ଟ କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ପଦରୁ ଅବସର ନେଇଥିଲେ।

୧୬ ଜାନୁୟାରୀ ୧୯୪୭ରେ ପାବକ କାନୁନ୍‌ଗୋ  ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ସଂଗ୍ରାମୀ ବିନୋଦ କାନୁନ୍‌ଗୋ ଥିଲେ। ତାଙ୍କ ମାତାଙ୍କ ନାମ ଶଶିବାଳା କାନୁନ୍‌ଗୋ ଥିଲା।

gandhi

ଡକ୍ଟର ପାବକ କାନୁନଗୋଙ୍କ ରଚିତ ପୁସ୍ତକ ‘ଓଡ଼ିଶା ଓ ଗାନ୍ଧି’ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲା। ଓଡ଼ିଶା ସହ ମହାତ୍ମା ଗାନ୍ଧୀଙ୍କ ସଂପର୍କ କଣ ଥିଲା, ସେହି କଥାକୁ ସେ ବିସ୍ତୃତ ଭାବେ ଏହି ପୁସ୍ତକରେ ଆଲୋଚା କରିଛନ୍ତି। ଏହି ପୁସ୍ତକରେ ଉପ୍ଲେଖ ଅଛି ଯେ, ୧୯୨୧ରୁ ୧୯୪୭ ମସିହା ମଧ୍ୟରେ ମହାତ୍ମା ଗାନ୍ଧୀ ଅନେକଥର ଓଡ଼ିଶା ଆସିଛନ୍ତି।

ଏଠାକାର ସମସ୍ୟାରେ ଗାନ୍ଧୀ ନିଜକୁ ଅବଗତ କରାଇଥିବା ସହ ସମାଧାନର ସୂତ୍ର ମଧ୍ୟ ବାହାର କରିବା ପାଇଁ ଉଦ୍ୟମ କରିଥିବା କଥା ଏହି ପୁସ୍ତକରେ ଉଲ୍ଲେଖ ରହିଛି।

gandhi-anaax

ବାପୁଜୀଙ୍କ ବାରମ୍ବାର ଓଡ଼ିଶା ଗସ୍ତ ପ୍ରକୃତରେ ଏକ ଅନବଦ୍ୟ ଇତିହାସ କାରଣ ଜାତୀୟ ସଂଗ୍ରାମର ଏହା ଥିଲା ଏକ ଅବିଛେଦ୍ୟ ଅଙ୍ଗ। ଆନନ୍ଦର କଥା ଯେ, ଏହି କାହାଣୀ ଓ ଇତିହାସକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ସଜାଡ଼ି ପାରିଛନ୍ତି ଡକ୍ଟର ପାବକ କାନୁନଗୋ ଆଲୋଚ୍ୟ ପୁସ୍ତକରେ। ଗାନ୍ଧିଜୀଙ୍କ ସହ ଓଡ଼ିଶାର ଲୋକଙ୍କର ଯେଉଁ ଭାବାତ୍ମକ ସମ୍ପର୍କ ଥିଲା।

ଯେଉଁଭଳି ଓଡ଼ିଆମାନେ ବାପୁଜୀଙ୍କୁ ଭଲ ପାଉଥିଲେ ଓ ଭଗବାନ ଭଳି ତାଙ୍କୁ ଦେଖୁଥିଲେ ତାହା ଅନ୍ୟତ୍ର ବିରଳ। ହୁଏତ ଏଇଥିପାଇଁ ଆଜି ବି ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରତି ଲୋକଙ୍କର ରହିଛି ଅସୀମ ସ୍ନେହ ଓ ଭକ୍ତି ରହିଛି ବୋଲି ପାବକ ଏହି ପୁସ୍ତକରେ ଉଲ୍ଲେଖ କରିଥିଲେ। 

ଡକ୍ଟର କାନୁନଗୋ ସେହି ସମଗ୍ର ପୃଷ୍ଠଭୂମି ଓ ଐତିହାସିକ ଭିତ୍ତିକୁ ଏହି ପୁସ୍ତକରେ ସଂଯୋଜିତ କରିଛନ୍ତି। ଉତ୍କଳଭୂମିରେ ମହାତ୍ମାଙ୍କ ପଦାର୍ପଣ ସନ୍ଦର୍ଭରେ ଏହା ଏକ ଉଲ୍ଲେଖନୀୟ ପୁସ୍ତକ ଏବଂ ଏକ ଅପହରିହାର୍ଯ୍ୟ ଗ୍ରନ୍ଥ। ଏହାକୁ ଥରେ ପଢ଼ିଲେ ଗାନ୍ଧିଙ୍କର ଓଡ଼ିଶା ସହ କି ପ୍ରକାର ସମ୍ପର୍କ ଥିଲା ସେ ବିଷୟରେ ଜାଣିବା ପାଇଁ ଆଉ ଏକ ଗ୍ରନ୍ଥର ଆବଶ୍ୟକତା ପଡିବ ନାହିଁ ବୋଲି ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe