ଶତାୟୁ ଶିକ୍ଷକଙ୍କ ପରଲୋକ

ଶତାୟୁ ଶିକ୍ଷକଙ୍କ ପରଲୋକ

କେନ୍ଦୁଝର: କେନ୍ଦୁଝର ସହରର ବରିଷ୍ଠ ସଂସ୍କୃତ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ଦେବତା (୧୦୦)ଙ୍କ ବୁଧବାର ସକାଳ ସାଢ଼େ ୮ଟାବେଳେ ପରଲୋକ ଘଟିଛି। ଖବର ପାଇ ଡିଏନ୍ ହାଇସ୍କୁଲ୍‌ ନିକଟ ଗ୍ରାମଶ୍ରୀ କଲୋନିସ୍ଥିତ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ତାଙ୍କ ଶେଷଦର୍ଶନ କରିଛନ୍ତି। ସେ ହାଟଡିହିରେ ଜନ୍ମଗ୍ରହଣ କରିଥିଲେ। ବଳଭଦ୍ର ନାରାୟଣ ସଂସ୍କୃତ ଟୋଲ୍‌ରେ ଚାକିରି ଜୀବନ ଆରମ୍ଭ କରି ପରେ ମହତାବ ହାଇସ୍କୁଲ୍‌ ପାଲଲହଡ଼ା, ତାଳଚେର ଯୁବରାଜ ହାଇସ୍କୁଲ୍‌ ତାଳଚେର, କେନ୍ଦୁଝରର ଧନୁର୍ଜୟ ନାରାୟଣ ଉଚ୍ଚବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଶିକ୍ଷକତା କରି ୧୯୮୧ ଜୁନ୍‌ ୩୦ ତାରିଖରେ ଅବସରଗ୍ରହଣ କରିଥିଲେ। ସଂସ୍କୃତ ଭାଷାର ପ୍ରଚାରପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ।

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁଶଯ୍ୟା ନିକଟରେ ଦୁଇପୁଅ, ବୋହୂ ଏବଂ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ଢାଙ୍ଗରପଡ଼ା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମଝିଆ ପୁଅ ଶିବପ୍ରସାଦ ଦେବତା ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe