Image Courtesy of India Today
ବ୍ରଜରାଜନଗର : ବ୍ରଜରାଜନଗର ମର୍ସି ମେମୋରିଆଲ ଚିଲଡ୍ରେନ ହୋମ୍ରେ ଥିବା ବାଳିକା ଚୁମୁକି ରକ୍ଷା (୭)ର ବୁଧବାର ମୃତ୍ୟୁ ହୋଇଯାଇଛି। ଗତକାଲି ସେ ଅସୁସ୍ଥ ହୋଇପଡ଼ିବାରୁ ଚିଲ୍ଡ୍ରେନ ହୋମ ପକ୍ଷରୁ ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବରପାଇ ଓରିଏଣ୍ଟ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲେ। ଗୁରୁବାର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି। ଚୁମକି ସିକଲିଂ ରୋଗରେ ପୀଡିତ ଥିବା ଚିଲଡ୍ରେନ ହୋମ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୦୨୧ ମସିହାରୁ ସେ ଚିକିତ୍ସାଧୀନ ଥିବା ପ୍ରକାଶ କରିଛନ୍ତି।
Follow Us