‘ସମ୍ବାଦ’ ପ୍ରତିନିଧିଙ୍କ ମାତୃ ବିୟୋଗ

Advertisment
‘ସମ୍ବାଦ’ ପ୍ରତିନିଧିଙ୍କ ମାତୃ ବିୟୋଗ

ବେତନଟୀ/ମାଣତ୍ରୀ: ‘ସମ୍ବାଦ’ର ବୈଶିଙ୍ଗା ପ୍ରତିନିଧି ଦୀପକ କୁମାର ସିଂହଙ୍କ ମା’ ସୁମତି ଦେବୀଙ୍କର ଆଜି ଦେହାନ୍ତ ଘଟିଛି। ତାଙ୍କୁ ୫୬ ବର୍ଷ ହୋଇଥିଲା। ସୋମବାର ପୂର୍ବାହ୍ନରେ ମାନଗୋବିନ୍ଦପୁରସ୍ଥିତ ବାସଭବନରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ଆଣିବା ବେଳେ ବାଟରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ଥିଲେ।

ଜଣେ ସମାଜସେବୀ ଭାବେ ମଧ୍ୟ ମାନଗୋବିନ୍ଦପୁର ତଥା ବୈଶିଙ୍ଗା ଅଞ୍ଚଳରେ ତାଙ୍କର ପରିଚୟ ଥିଲା। ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ପୁରୁଷୋତ୍ତମ ସିଂହ, ଦୁଇ ପୁଅ ଦୀପକ ଓ ଅମିତ, ଏକମାତ୍ର ଝିଅ ଦୀପ୍ତିମୟୀ, ଜ୍ୱାଇଁ ପରମେଶ୍ୱର ନାୟକ, ବୋହୂ ରଶ୍ମିରେଖା ଓ କଳ୍ପନା, ନାତିନାତୁଣୀ ଦିବ୍ୟାଂଶୁ, ପ୍ରାଚୀ, ମେହେକ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ଦେହାନ୍ତ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସମାଜସେବୀ ସୁବାସିନୀ ଜେନା, ବେତନଟୀ ଏସ୍‌ଡିପିଓ ସୁଦର୍ଶନ ଦାଶ, ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ କୁମାର ମିଶ୍ର, ‘ସମ୍ବାଦ’ ବାଲେଶ୍ବର ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe