Advertisment

କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ

Advertisment
କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ

ଭୁବନେଶ୍ବର: ଆଜି ଭୁବନେଶ୍ବର ଏମ୍‌ସରେ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ କର୍କଟରେ ପୀଡ଼ିତ ‌ଥିଲେ। ତାଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ସକାଳୁ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିଥିଲେ।

୧୯୫୫ ଜାନୁଆରି ୧୧ରେ ଯାଜପୁର ଜଲାହାର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ସ୍ୱର୍ଗତ ପୀତାମ୍ବର ପାଣି ଓ ମା’ ରାଧା ପାଣିଙ୍କ କନ୍ୟା ହେଉଛନ୍ତି ଶ୍ରୀମତୀ ଘୋଷ। ତାଙ୍କ କଣ୍ଠ ନିଃସୃତ ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଭଜନ, ଜଣାଣ, ଆଧୁନିକ ଓ ପଲ୍ଲୀ ଗୀତ ଶ୍ରୋତାମାନଙ୍କୁ ବିମୋହିତ କରିଆସିଛି। ୧୯୭୫ ମସିହାରୁ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବେ ସେ ଓଡ଼ିଶୀ ସଙ୍ଗୀତ ଗାନ କରୁଥିଲେ। ପରେ ଜଣେ ଉଚ୍ଚମାନର କଳାକାର ଭାବେ ସେ ସୁନାମ ଅର୍ଜନ କରିଥିଲେ। ସେ ନୂଆପିଢ଼ିଙ୍କୁ ସଙ୍ଗୀତ ଶିକ୍ଷା ମଧ୍ୟ ଦେଉଥିଲେ। ମାତ୍ର ୭ବର୍ଷ ବୟସରୁ ସଙ୍ଗୀତ ସହିତ ଆରମ୍ଭ ହୋଇଥିବା ସମ୍ପର୍କକୁ ସେ ଅତୁଟ ରଖିଥିଲେ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ସେ ଅଧ୍ୟାପନା କରୁଥିଲେ। ଦୀର୍ଘ ଦିନର ସଙ୍ଗୀତ ସାଧନା ପାଇଁ ସେ ଅନେକ ଅନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ପୁରସ୍କୃତ ହୋଇଥିଲେ। ୨୦୧୫ ମସିହାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଶ୍ରୀମତି ଘୋଷଙ୍କୁ ‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି’ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe