ଠୁଟିବର ଗୁଳିମାଡ଼ରେ ମହିଳାଙ୍କ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ

Advertisment
 ଠୁଟିବର ଗୁଳିମାଡ଼ରେ ମହିଳାଙ୍କ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ

କୋମନା: ଗତ ୧୪ତାରିଖ ମଧ୍ୟରାତ୍ରିରେ କୋମନା ଥାନା ଠୁଟିବର ଗାଁରେ ଦାଦାବଟି ନଦେବାରୁ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଘଟଣାକୁ ୧୨ଦିନ ବିତିଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି। ଫଳରେ ଭୟଭୀତ ହୋଇ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତା ମହିଳାଙ୍କ ୨ଶିଶୁଙ୍କ ସହ ସ୍ୱାମୀ।

ସୂଚନାନୁସାରେ, ଠୁଟିବର ଗାଁର ଶରତ ଚନ୍ଦ୍ର ସାହୁ ଗତ ୧୪ତାରିଖ ରାତିରେ ନିଜ ପରିବାର ସହ ଘରେ ଶୋଇଥିବା ସମୟରେ ଗାଁର ନୀଳାମ୍ବର ସୁନା ଆସି ୧୦ ହଜାର ଟଙ୍କା ଦାଦାବଟି ମାଗିଥିଲା। ଶରତ ମନା କରିବାରୁ ନୀଳାମ୍ବର ବନ୍ଧୁକରୁ ଗୁଳି କରିଥିଲା। ଗୁଳି କୁମୁଦିନୀ ଶବରଙ୍କ ଦେହରେ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଅଭିଯୁକ୍ତ ନୀଳାମ୍ବର ଫେରାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe