ଡେଙ୍ଗୁରେ ଆକ୍ରାନ୍ତ ଶ୍ରମିକଙ୍କ ମୃତ୍ୟୁ

ସମ୍ବଲପୁରରେ ୫ ଡେଙ୍ଗୁ ରୋଗୀ ଚିହ୍ନଟ

India.com

ଦଶପଲ୍ଲା: ରାଜ୍ୟରେ ଦିନକୁ ଦିନ ହୁହୁ ହୋଇ ବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାରି ଭିତରେ ଦଶପଲ୍ଲା ଅଞ୍ଚଳର ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ତେଣ୍ଡାବାଡ଼ି ପଞ୍ଚାୟତ ଖଳିସାହି ଗ୍ରାମର ସଂଜୟ ନାଏକ(୨୯)। ପରିବାର ଲୋକଙ୍କ କହିବା ଅନୁଯାୟୀ, ସଂଜୟ କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ କିଛିଦିନ ତଳେ ଜ୍ବର ହୋଇଥିଲା। ଯାହାକୁ ନେଇ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ଦିନ ଚିକିତ୍ସା ପରେ ଜ୍ବର ନ କମିବାରୁ ତାଙ୍କ ଭିଣୋଇ କଟକ ନେଇଯାଇଥିଲେ। ସେଠାରେ ଯାଇ ପରୀକ୍ଷା କରିବା ପରେ ଗତ ୭ ତାରିଖ ଦିନ ଡେଙ୍ଗୁ ଚିହ୍ନଟ ହୋଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।

ଶବ ଗାଁକୁ ଆସିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼କଥା ହେଉଛି ସଂଜୟ ହେଉଛନ୍ତି ଘରର ଏକମାତ୍ର ରୋଜଗାରିଆ ପୁଅ। ଘରେ ତାଙ୍କର ବୁଢ଼ୀ ମା’ ସାଙ୍ଗକୁ ଭିନ୍ନକ୍ଷମ ପତ୍ନୀ, ୫ବର୍ଷର ଝିଅ ଓ ୩ ବର୍ଷର ପୁଅ ଅଛନ୍ତି। ସଂଜୟଙ୍କ ରୋଜଗାରରେ ପରିବାର ଚଳୁଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ଅସହାୟ ହୋଇ ପଡ଼ିଛନ୍ତି। ଏହି ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଏପଟେ ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ସନ୍ଦୀପ କୁମାର ସ୍ବାଇଁ କହିଛନ୍ତି ଦଶପଲ୍ଲାରେ ସେଭଳି କୌଣସି ବ୍ୟକ୍ତି ଡେଙ୍ଗୁ ଚିହ୍ନଟ ହୋଇନାହାନ୍ତି। ଗତ ୧୫/୨୦ ଦିନ ତଳେ ଦୁଇ ଜଣ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ମାତ୍ର ସେମାନେ ଭୁବନେଶ୍ବରରୁ ଆସିଥିବା ବେଳେ ଚିକିତ୍ସା ପରେ ଏବେ ସୁସ୍ଥ ଅଛନ୍ତି। ତେବେ ସଂଜୟଙ୍କଠାରେ ଡେଙ୍ଗୁ ଚିହ୍ନଟକୁ ନେଇ ଏହା ଉପରେ ତଦାରଖ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe