ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା: ଘଟଣାସ୍ଥଳରୁ ମିଳିଲା ବିଡ଼ାଏ ଟଙ୍କା

Advertisment
ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା: ଘଟଣାସ୍ଥଳରୁ ମିଳିଲା ବିଡ଼ାଏ ଟଙ୍କା

ଗୋପ: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିବା ସ୍ଥଳରୁ ବିଡାଏ ପାଞ୍ଚ ଶହ ଟଙ୍କା ମିଳିଥିବା ଜଣାଯାଇଛି। ଏହି ଅର୍ଥର ପରିମାଣ ୩୬ ହଜାର ଟଭ୍କା ବୋଲି ଜଣାଯାଇଛି। ଏବେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସକାଳେ ଧଉଳି ଥାନା ଅଧିକାରୀ ପହଞ୍ଚିଥିଲେ। ହେଲେ ଏଯାଏ ଧର୍ମେନ୍ଦ୍ର ସାହୁଙ୍କ ଦୁଇଟି ମୋବାଇଲ୍ ଜବତ ହୋଇଛି କି ନା ସେଥିନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଏହି କାରଣରୁ ପୁଲିସର ତଦନ୍ତ ଉପରେ ସନ୍ଦେହ ବଢ଼ୁଛି।

ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସାହୁ ସୋସିଆଲ ମିଡିଆରେ କରିଥିବା ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। “ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ ବୋଲି ସେ ଏହି ଭିଡିଓରେ କହିଥିବା ଜଣାଯାଇଛି।ତାଙ୍କ ପରିବାରରେ ରାଜନୈତିକ ସମସ୍ୟା ଥିବା ସେ କହିଛନ୍ତି।ଭୁବନେଶ୍ୱରର ଶିଶୁପାଳଗଡ଼ରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କର ପତ୍ନୀ ଓ ଏକ ପୁଅ ଅଛନ୍ତି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe