ସୋରରେ ଅଭାବନୀୟ ଘଟଣା, ହାଇଦ୍ରାବାଦରୁ ଚାଲିଚାଲି ଘରକୁ ଫେରୁଥିବା ବେଳେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ

Advertisment
ସୋରରେ ଅଭାବନୀୟ ଘଟଣା, ହାଇଦ୍ରାବାଦରୁ ଚାଲିଚାଲି ଘରକୁ ଫେରୁଥିବା ବେଳେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ

ସୋର: ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ନିଜ ଘରକୁ ଚାଲି ଚାଲି ଫେରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ବରଫକଳ ଛକ ନିକଟରେ ଏହି ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗର ହାୟର ମହମ୍ମଦ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ଜଣାପଡ଼ିନାହିଁ । କିନ୍ତୁ ଗତକାଲି ପ୍ରବଳ ବର୍ଷା ହେତୁ ଏଭଳି ଘଟିଥିବା ଅନୁମାନ କରାଯାଉଛି। ସେ ଗତକାଲି ରାତିରେ ଜାତୀୟ ରାଜପଥ କଡ଼ରେ ଶେଇଥିଲେ। ହେଲେ ଆଜି ସକାଳେ ତାଙ୍କର ମୃତ ଦେହ ଦେଖିବାକୁ ମିଳିଥିଲା। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି। ପୁଲିସ ମୃତଦେହକୁ ଜବତ କରି ସୋର ମେଡିକାଲକୁ ପଠାଇଛି ।

ହାୟର ମହମ୍ମଦ ଓ ତାଙ୍କ ପୁତୁରା ହାଇଦ୍ରାବାଦରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ତାଲାବନ୍ଦ ଯୋଗୁଁ ଦାଦା ପୁତୁରା ହାଇଦ୍ରାବାଦରୁ ଚାଲି ଚାଲି ପଶ୍ଚମବଙ୍ଗ ବାହାରିଥିଲେ । ହାୟରଙ୍କ ଘର ପଶ୍ଚିମବଙ୍ଗର ପଶ୍ଚିମପଡ଼ାରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe