ପୂର୍ବତନ ବରିଷ୍ଠ ପ୍ରଶାସକ ତଥା କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ପିତା ଦାମୋଦର ଚୟନୀଙ୍କ ପରଲୋକ

Advertisment
ପୂର୍ବତନ ବରିଷ୍ଠ ପ୍ରଶାସକ ତଥା କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ପିତା ଦାମୋଦର ଚୟନୀଙ୍କ ପରଲୋକ

image source-cuttack.nic.in

କଟକ: ପୂର୍ବତନ ବରିଷ୍ଠ ପ୍ରଶାସକ ତଥା କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ପିତା ଦାମୋଦର ଚୟନୀଙ୍କ ଆଜି ସକାଳେ ଦେହାନ୍ତ ହୋଇଛି। କଟକ ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ସେ ସକାଳ ୬ଟା ୪୫ ମିନିଟ ସମୟରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଦାମୋଦର ଚୟନୀଙ୍କ ପୁତ୍ର ଭବାନୀଶଙ୍କର ଚୟନୀ, କନ୍ୟା ଡାକ୍ତର ନିରୂପମା ଚୟନୀ ଏବଂ ପୁତ୍ରବଧୂ ଲୀନୁ ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ବର୍ଗତ ଦାମୋଦର ଚୟନୀ ୧୯୨୨ ମସିହାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ନରୁଆ ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ପୂର୍ବରୁ କଟକ ଜିଲ୍ଲାର ଆଠଗଡ଼ ଉପଜିଲ୍ଲାପାଳ ଥିଲେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe