ଗଞ୍ଜେଇ କାଉଡ଼ିଆମାନଙ୍କୁ ଧରିବାକୁ ଯାଇ ହୋମଗାର୍ଡଙ୍କ ମୃତ୍ୟୁ: ସହିଦ୍ ଘୋଷଣା ସହ କ୍ଷତିପୂରଣ ଦେବା ଲାଗି ହୋମଗାର୍ଡ ସଂଘ ପକ୍ଷରୁ ଦାବି

ଗଞ୍ଜେଇ କାଉଡ଼ିଆମାନଙ୍କୁ ଧରିବାକୁ ଯାଇ ହୋମଗାର୍ଡଙ୍କ ମୃତ୍ୟୁ: ସହିଦ୍ ଘୋଷଣା ସହ କ୍ଷତିପୂରଣ ଦେବା ଲାଗି ହୋମଗାର୍ଡ ସଂଘ ପକ୍ଷରୁ ଦାବି

ମାଲକାନଗିରି: ଗଞ୍ଜେଇ କାଉଡ଼ିଆମାନଙ୍କୁ ଧରିବାକୁ ଯାଇ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି।  ଉକ୍ତ ହୋମଗାର୍ଡଙ୍କର ମାଥିଲି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣହାନି ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୧୦୦ରୁ ଅଧିକ ଗଞ୍ଜେଇ କାଉଡ଼ିଆ ଭାରରେ ଗଞ୍ଜେଇ ଚୋରାଚାଲାଣ କରୁଥିବାର ଖବର ପାଇ ବାଲିମେଳା ପୁଲିସ୍ ସେମାନଙ୍କୁ ଧରିବା ଲାଗି ଗୋଡ଼ାଇଥିଲା।ପୁଲିସ୍ କର୍ମଚାରୀମାନେ ଚାଉଳିମେନ୍ଦି ନିକଟରେ ଅଟକାଇଥିଲେ। ସେଠାରେ ଗଞ୍ଜେଇ କାଉଡ଼ିଆ ମାନେ ପୁଲିସ୍ ଉପରକୁ ପାଲଟା ଆକ୍ରମଣ କରିଥିଲେ।ଏହି ସମୟରେ ଗଞ୍ଜେଇ କାଉଡ଼ିଆମାନେ ହୋମଗାର୍ଡ ବନବାସୀ ମହାରଣାଙ୍କୁ ଘେରିଯାଇ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାପରେ ବନବାସୀ ମହାରଣାଙ୍କୁ ଗୁରୁତର ଅବସ୍ଥାରେ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କୁ ଏସଂପର୍କରେ ପଚାରିବାରୁ ହୋମଗାର୍ଡ ବନବାସୀ ମହାରଣା ଗୁରୁତର ଥିବା କହିଥିଲେ। ଏହି ଘଟଣା ଏବେ ସାରା ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ମୃତ ହୋମଗାର୍ଡ ବନବାସୀ ମହାରଣାଙ୍କୁ ସହିଦ୍ ଘୋଷଣା କରାଯିବା ସହ ଉପଯୁକ୍ତ କ୍ଷତିପୂରଣ ଦେବା ଲାଗି ହୋମଗାର୍ଡ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe