ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ନିଜ ମା’ ସହ ଆତ୍ମହତ୍ୟା କରିବ ବୋଲି ଜଣେ ଯୁବକ କରିଥିବା ଭିଡିଓ ଟୁଇଟ୍ ଭାଇରାଲ୍ ହୋଇଛି। ନଟ୍ ଜୋକିଙ୍ଗ୍, ଆଉ କିଛି ସମୟ ପରେ ଆତ୍ମହତ୍ୟାର ଲାଭଇ୍ ଦେଖିବ ବୋଲି ଭିଡିଓରେ ଯୁବକ କହୁଛନ୍ତି। ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଓ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ଟ୍ୟାଗ୍ କରି ଜାରି ହୋଇଥିବା ଏ ଟୁଇଟ୍ ପରେ ସୁନ୍ଦରଗଡ଼ ପୁଲିସ ଛାନିଆ ହୋଇପଡ଼ିଛି। ବୁଧବାର ଅପରାହ୍ନରେ ଏ ଟୁଇଟ୍ ସାମ୍ନାକୁ ଆସିବା ପରେ ପୁଲିସ ଯୁବକଙ୍କୁ ଖୋଜାଖୋଜି କରିଥିଲା। ତେବେ ଟୁଇଟ୍ ଟି କେଉଁ ସମୟର ତାହା ସ୍ପଷ୍ଟ ହୋଇ ନାହିଁ। ଯୁବକଙ୍କ ପରିଚୟ ପୁଲିସ ପାଇଛି, ସେ ଦିଲ୍ଲୀର, ସୁନ୍ଦରଗଡ଼ ନିକଟ ଭୋଜପୁର ମାମୁଁ ଘରେ କେବେ, କେମିତି ରହୁଥିଲେ। ସୁନ୍ଦରଗଡ଼ରେ ତାଙ୍କ ପତ୍ନୀ ବାରମ୍ବାର ନିର୍ଯାତନା ଅଭିଯୋଗ ଆଣି ପୁଲିସର ଦ୍ବାରସ୍ଥ ହୋଇଥିଲେ, ଯେଉଁଥିପାଇଁ ସେ ଓ ତାଙ୍କ ପରିବାର ଘୋର୍ ମାନସିକ ଚିନ୍ତାରେ ଥିଲେ ବୋଲି କୁହାଯାଉଛି। ତେବେ ଯୁବକ ଓ ତାଙ୍କ ମା’ ଏବେ କେଉଁଠି ଅଛନ୍ତି, ତାହା ଜଣାପଡ଼ି ନାହିଁ।
ଯୁବକଙ୍କ ଆତ୍ମହତ୍ୟା ଟୁଇଟ୍, ନାକେଦମ ପୁଲିସ
Advertisment
Follow Us