କୋଭିଡ୍‌ ପରେ ଏସ୍‌ସିବିରେ ବଢୁଛି ମୃତ୍ୟୁସଂଖ୍ୟା!

Advertisment

ହୃଦ୍‌ଘାତ, ମସ୍ତିଷ୍କଘାତ ରୋଗୀ ବୃଦ୍ଧିକୁ ନେଇ ଚିନ୍ତା

ହୃଦ୍‌ଘାତ, ମସ୍ତିଷ୍କଘାତ ରୋଗୀ ବୃଦ୍ଧିକୁ ନେଇ ଚିନ୍ତା

ଅସୁରକ୍ଷିତ ଏସ୍‌ସିବି ରେକର୍ଡ ରୁମ୍‌: ୪୦ ବର୍ଷ ହେଲା ଆଜବେଷ୍ଟସ ଘରେ ଗଦା ହେଉଛି ରେକର୍ଡ

Sambad

କଟକ: କୋଭିଡ ପ‌ରେ ରାଜ୍ୟରେ ଚିନ୍ତାଜନକ ଭାବେ ବଢିଛି ମୃତ୍ୟୁହାର। କୋଭିଡ ମହାମାରୀର ବର୍ଷ ୨୦୨୦-୨୧ରେ ଯେତିକି ମୃତ୍ୟୁ ହାର ରହିଥିଲା, ପରବର୍ତ୍ତୀ ବର୍ଷ ଗୁଡିକରେ ମୃତ୍ୟୁହାର ତାହାକୁ ଟପିଯାଇଛି। ଏହି ସମୟରେ ହୃଦ୍‌ଘାତ ଓ ମସ୍ତିଷ୍କଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ଚାଲିଛି। ରାଜ୍ୟର ପ୍ରମୁଖ ଡାକ୍ତରଖାନା (ଏସ୍‌ସିବି ଏମସିଏଚ୍‌)ର ତଥ୍ୟ ଏବେ ଏଭଳି ଚିନ୍ତାଜନକ ସ୍ଥିତିର ସୂଚନା ଦେଉଛି।

୨୦୨୧ରୁ ୨୦୨୩, ତିନି ବର୍ଷରେ କେବଳ କଟକ ବଡଡାକ୍ତରଖାନାରେ ୪୧ ହଜାର ୪୭୬ ଜଣଙ୍କର ମୃତ୍ୟୁ ଘଟିଛି। କୋଭିଡ-୧୯ ଆରମ୍ଭ ବର୍ଷ ଅର୍ଥାତ ୨୦୧୯ରେ ୧୧ ହଜାର ୪୫୯ ଜଣଙ୍କ ମୃତ୍ୟୁ ହୋଇଥିଲା। କୋଭିଡ୍‌ର ପିକ୍‌ ସମୟ ଅର୍ଥାତ ୨୦୨୦‌ରେ ଏସ୍‌ସିବିରେ ମୃତ୍ୟୁ ସଂଖ୍ୟା ୧୦ ହଜାର ୮୫୪ ଥିଲା। କିନ୍ତୁ ୨୦୨୧ରେ ମୃତ୍ୟୁ ସଂଖ୍ୟ‌ା ୧୪ ହଜାର ୧୧୭ ହୋଇଥିବା ବେଳେ ୨୦୨୨ରେ ଏସସିବିରେ ମୃତ୍ୟୁ ସଂଖ୍ୟା ୧୩ ହଜାର ୯୬୭ ଓ ୨୦୨୩ରେ ୧୩ ହଜାର ୩୯୨ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ହାରକୁ ସମୀକ୍ଷା କଲେ ଏସ୍‌ସିବିରେ ପ୍ରତି ମାସରେ ପାଖାପାଖି ୧୧୦୦ ଲୋକଙ୍କର ମୃତ୍ୟୁ ଘଟୁଥିବା ବେଳେ ଦୈନିକ ହାରାହାରି ୩୦ରୁ ୩୬ ଜଣଙ୍କର ମୃତ୍ୟୁ ହେଉଛି। ଏସ୍‌ସିବିର ଦୈନିକ ଆଡ୍‌ମିସନ୍‌ ପାଖାପାଖି ଏକ ହଜାରରୁ ଅଧିକ ଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ଘଟୁଛି। ଅନ୍ୟପଟେ କଟକ ଶିଶୁ ଭବନରେ ଦୈନିକ ହାରାହାରି ୭ରୁ ୯ ଜଣଙ୍କର ମୃତ୍ୟୁ ଘଟୁଛି। କିନ୍ତୁ ଦୁର୍ଘଟଣା ଓ ଅନ୍ୟ ଦୁରାରୋଗ୍ୟ ଅପେକ୍ଷା ହୃଦ୍‌ଘାତ, ମସ୍ତିଷ୍କଘାତ ରୋଗୀଙ୍କ ସଂଖ୍ୟା ବଢିବା‌ରେ ଲାଗିଛି। ୨୦୧୯ କୋଭିଡ ବର୍ଷରେ ମୃତ୍ୟୁସଂଖ୍ୟା ୧୧ ହଜାର ପାଖାପାଖି ଥିବା ବେଳେ ଏବେ ଏହି ସଂଖ୍ୟା ୧୪ ହଜାର ଛୁଇଁବାର କାରଣକୁ ତର୍ଜମା କରାଯିବା ଆବଶ୍ୟକ ବୋଲି କୁହାଯାଉଛି।

ଏ ସଂପର୍କରେ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ ଏସ୍‌ସିବିରେ ମୃତ୍ୟୁ ସଂଖ୍ୟା ବଢୁଛି, ମାତ୍ର ରୋଗୀଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢୁଛି। ପୂର୍ବ ତୁଳନାରେ ରୋଗୀ ସଂଖ୍ୟା ଦୁଇ ଗୁଣ ବଢିଥିବାରୁ ସେହି ଅନୁପାତରେ ମୃତ୍ୟୁହାର ବଢିବ। କଟକ ବଡ଼ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ମଧ୍ୟରେ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି। କିନ୍ତୁ କୋଭିଡ ପରବର୍ତ୍ତୀ ସମସ୍ୟା ପାଇଁ ଯେ ଏହି ମୃତ୍ୟୁହାର ବଢୁଛି, ତାହାର ବିଶ୍ଳେଷଣ କଲେ ଯାଇ ଜଣାପଡିବ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe