ମୂର୍ତ୍ତି ବିସର୍ଜନ ବେଳେ ବାଣ ବିସ୍ଫୋରଣ ଘଟଣା: ଚିକିତ୍ସା ଅବସ୍ଥାରେ ଜଣେ ମୃତ, ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି

Advertisment
ମୂର୍ତ୍ତି ବିସର୍ଜନ ବେଳେ ବାଣ ବିସ୍ଫୋରଣ ଘଟଣା: ଚିକିତ୍ସା ଅବସ୍ଥାରେ ଜଣେ ମୃତ, ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି

କଟକ: କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ବାଲିଆ ବଜାରରେ ଗତ ୨୪ ତାରିଖ ରାତିରେ କାର୍ତ୍ତିକେଶ୍ବର ମୂର୍ତ୍ତି ଭସାଣି ସମୟରେ ଗୁରୁତର ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ୨୩ ବର୍ଷିୟ ପିଣ୍ଟୁ ଖାନ୍‌। ସେ ୮୦ ଭାଗ ପୋଡି ହୋଇ ବର୍ଣ୍ଣ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ପିଣ୍ଟୁ ଜଣେ ଖେଳଣା ବ୍ୟବସାୟୀ ଓ ସେ କାର୍ତ୍ତିକେଶ୍ବର ଭସାଣରେ ପିଲାଙ୍କ କଣ୍ଡେଇ ବିକ୍ରି କରିବାକୁ ଆସିଥିଲେ। ବିସ୍ଫୋରଣ କାରଣରୁ ପିଣ୍ଟୁ ଗୁରୁତର ଭାବେ ଆହତ ହୋଇଥିଲେ। ପିଣ୍ଟୁଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ୨କୁ ବୃଦ୍ଧି ପାଉଛି। ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

publive-image

ସୂଚନାଯୋଗ୍ୟ ବାଣ ବିସ୍ଫୋରଣ ଘଟଣାରେ ଆହତ ହୋଇ ମୋଟ ୩୪ ଜଣ ଗୁରୁତର ବ୍ୟକ୍ତି କଟକ ଏସ୍‌ସିବିକୁ ଆସିଥିଲେ। ପ୍ରଥମେ ୧୧ ଜଣଙ୍କୁ ଆଇସିୟୁ ଓ ସେଣ୍ଟ୍ରାଲ ଆଇସିୟୁରେ ରଖାଯାଇଥିଲା। ୨ ଜଣଙ୍କ ମୃତ୍ୟୁ ପରେ ୯ ଜଣ ଆଇସିୟୁରେ ଚିକିତ୍ସିତ ଅଛନ୍ତି। ଆଇସିୟୁରେ ଚିକିତ୍ସିତ ୯ଜଣଙ୍କ ଭିତରୁ ଜଣେ ପେସେଣ୍ଟ ଅତ୍ୟନ୍ତ ଗୁରୁତର ଅଛନ୍ତି। ଆଜି ଆଉ ୩ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ମୋଟ ୧୨ ଜଣ ଏବେ ସୁଦ୍ଧା ଆଇସିୟୁରେ ଚିକିତ୍ସିତ ଅଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ତାରିଖ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ବର ଭସାଣି ଉତ୍ସବ ବେଳେ ଏକ ବଡ଼ଧରଣର ଅଘଟଣ ଘଟିଥିଲା। ବାଣ ଫୁଟି ୩୦ରୁ ଅଧିକ ଆହତ ହୋଇଥିଲେ। ସେମାନଙ୍କ ମଧୢରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ କଟକ ବଡ଼ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe