ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲା : ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଏତଲା

Advertisment
ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲା : ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଏତଲା

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ସହାୟକ ଦେବ ନାରାୟଣ ପଣ୍ଡା ଆତ୍ମହତ୍ୟା କରିନାହାନ୍ତି। ତାଙ୍କୁ ହତ୍ୟା କରିବା ପରେ ଡ୍ୟାମରେ ଶବ ଫିଙ୍ଗା ଯାଇଥିଲା। ଏଥିରେ ନିଜେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ କାର୍ଯ୍ୟାଳୟର କିଛି କର୍ମଚାରୀ ସଂପୃକ୍ତ ଅଛନ୍ତି। ଜିଲ୍ଲାପାଳଙ୍କ ବିରୋଧରେ ଏଭଳି ସଂଗିନ ଅଭିଯୋଗ ଆଣି ଆଜି ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା। ପୁଲିସ ଏତଲାକୁ ଗ୍ରହଣ କରିଥିବା ବେଳେ ତଦନ୍ତ କରୁଥିବା ପ୍ରକାଶ କରିଛି।

କିଛି ଦିନ ତଳେ ବନଜା ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାପାଳଙ୍କ ବିରୋଧରେ ବହୁ ସାଂଘାତିକ ଅଭିଯୋଗ ଆଣିଥିଲେ। ଦୁର୍ନୀତି ଆଡ଼କୁ ଇସାରା କରି ଏଥିପାଇଁ ହିଁ ଦେବ ନାରାୟଣଙ୍କ ମୃତ୍ୟୁ ହୋଇଥିବା ସେହି ସମୟରେ ବନଜା ଅଭିଯୋଗ କରିଥିଲେ। ତୁରନ୍ତ ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ଦାବି କରିଥିଲେ। ଏହାପରେ ଆଜି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କଲେ ସତ୍ୟ ସାମ୍‌ନାକୁ ଆସିବ ଏବଂ ଆମକୁ ନ୍ୟାୟ ମିଳିବ ବୋଲି ବନଜା ଉଲ୍ଲେଖ କରିଛନ୍ତି। ଏ ନେଇ ଆଇଆଇସି ରାମ ପ୍ରସାଦ ନାଗଙ୍କୁ ଯୋଗାଯୋଗ କରିବାରୁ ଏତଲା ମିଳିଥିବା ସ୍ବୀକାର କରିଛନ୍ତି। ପୂର୍ବରୁ ଏହି ଘଟଣାର ତଦନ୍ତ ଚାଲିଥିଲା ବେଳେ ସଦ୍ୟତମ ଅଭିଯୋଗର ବି ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe