Advertisment

ଘରେ ବସି ଦିନରାତି ଏକ କରି ପାଠ ପଢିଥିଲେ, ସିଭିଲ ସର୍ଭିସ ପରୀକ୍ଷାରେ ୫ମ ରାଙ୍କ ଆଣିଲେ ଦେବବ୍ରତ

Advertisment
ଘରେ ବସି ଦିନରାତି ଏକ କରି ପାଠ ପଢିଥିଲେ, ସିଭିଲ ସର୍ଭିସ ପରୀକ୍ଷାରେ ୫ମ ରାଙ୍କ ଆଣିଲେ ଦେବବ୍ରତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରୁ ଜଣେ ଓଡିଶା ସିଭିଲ ସର୍ଭିସରେ ୫ ନମ୍ବର ସ୍ଥାନରେ ରହିଛନ୍ତି ଜିଲ୍ଲାର ଦେବବ୍ରତ ମହାରଣା। ସଦର ମହକୁମାର ସରକାରୀ ସ୍କୁଲରେ ପାଠ ପଢିବା ସହ ସ୍ଥାନୀୟ କଲେଜରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ଗତଥର ମଧ୍ୟ ଓଡିଶା ସିଭିଲ ସର୍ଭିସରେ ୩୮ ନମ୍ବର ସ୍ଥାନରେ ରହିଥିଲେ। ତେବେ ଓଏଏସ ପାଇପାରିନଥିବାରୁ ମନ ମାନିନଥିଲା। ତେଣୁ ଚଳିତ ଥର ପୁଣି ସେ ପରୀକ୍ଷା ଦେଇ ୫ ନମ୍ବର ସ୍ଥାନ ରଖିଛନ୍ତି।

ଦେବବ୍ରତ ମହରାଣା ନିଷ୍ଠାପର ଭାବେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ତେବେ ସେ ଓଆରଏସ ପାଇ କଳାହାଣ୍ଡିରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ମାଲକାନଗିରିରୁ କଲେଜ ପାଠ ସାରି ସେ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯାଇ ବିଟେକ କରିଥିଲେ। ପରେ ଏକ ଏୟାରପୋର୍ଟରେ ଚାକିରି କରୁଥିଲେ। କିନ୍ତୁ ତାଂକର ଇଛା ଥିଲା ଜଣେ ଓଏଏସ ହେବା ପାଇଁ। ତେଣୁ ସେ କୌଣସି ତାଲିମ କିମ୍ବା ବାହାର ରାଜ୍ୟକୁ ଯାଇ କୌଣସି ଶିକ୍ଷା ଗ୍ରହଣ କରିନଥିଲେ। ନିଜେ ଘରେ ବସି ଦିନରାତି ଏକ କରି ପାଠ ପଢିଥିଲେ।ଯାହାଫଳରେ ସେ ଏହି କୃତୀତ୍ବ ହାସଲ କରିବାରେ ସଫଳ ହୋଇଥିଲେ।ସେହିପରି ମାଲକାନଗିରିର ପ୍ରଜ୍ଞାମିତା ସାମନ୍ତରାୟ ମଧ୍ୟ ୯୧ ନମ୍ବର ସ୍ଥାନରେ ରହିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe