ଦେବଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ତାଲା ପଡ଼ିବା ଘଟଣା: ଉଭୟ ପକ୍ଷରୁ ଥାନାରେ ଏତଲା, ପୁଲିସ୍‌ ଉପସ୍ଥିତିରେ ତାଲା ଖୋଲିଲା 

Advertisment
ଦେବଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ତାଲା ପଡ଼ିବା ଘଟଣା: ଉଭୟ ପକ୍ଷରୁ ଥାନାରେ ଏତଲା, ପୁଲିସ୍‌ ଉପସ୍ଥିତିରେ ତାଲା ଖୋଲିଲା 

ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ତାଲା ପଡିବା ସହ ଭୋଗ ନ ଲାଗିବାକୁ ନେଇ ଶୁକ୍ରବାର ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ଉଦବେଗ ପ୍ରକାଶ ପାଇଥିଲା। ଏହା ପରେ ସହରର ବହୁ ବୁଦ୍ଧିଜୀବୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମନ୍ଦିର ପରିଚାଳନାରେ ଦେଖାଦେଇଥିବା ଗୁରୁତର ବିଭ୍ରାଟ ସମ୍ପର୍କରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦେବଗଡ଼ ଥାନାରେ ଦୁର୍ବୁତ୍ତଙ୍କ ଦ୍ୱାରା ମନ୍ଦିରରେ ତାଲା ପକା ଯାଇଥିବା ଏତଲା ଦେଇଥିଲେ। ଜଗନ୍ନାଥ ପ୍ରେମୀମାନେ ତାଲା ଭାଙ୍ଗି ମନ୍ଦିର ଖୋଲିବା ସହ ସର୍ବସାଧାରଣଙ୍କ ସହଯୋଗରେ ନୀତିକାନ୍ତି କରିବାକୁ ଶପଥ ମଧ୍ୟ ନେଇଥିଲେ। ତେବେ ଶନିବାର ଦ୍ଵିତୀୟ ଦିନରେ ମନ୍ଦିରର ମୁଖ୍ୟ ଦ୍ବାରରେ ୨ଟି ତାଲା ପଡ଼ିଥିବା ଓ ଶ୍ରଦ୍ଧାଳୁଙ୍କ ଭୋଗ ଝୁଲୁଥିବା ଦେଖିବାକୁ ମିଳିଥିଲା।

publive-image

ଗତକାଲି ସନ୍ଧ୍ୟାରୁ ମନ୍ଦିରରେ ଅନ୍ୟ ଏକ ତାଲା ପକାଇଦେବା ସହିତ ବହୁ ବର୍ଷର ରୀତିନୀତିରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରି ଆଜି ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ, ଯୁବରାଜ ନମନ ଗଙ୍ଗଦେବ ଦେବଗଡ଼ ଥାନାକୁ ଆସି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସୁଧୀର କପରଦାରଙ୍କ ସମେତ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଆଜି ମଧ୍ୟ ସେଣ୍ଟର ଫର୍‌ କଲ୍‌ଚରରେ ଶ୍ରୀ କପରଦାରଙ୍କ ଆବାହକତ୍ୱରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସମେତ ବହୁ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଆଲୋଚନା ପରେ ସେମାନେ ମଧ୍ୟ ରାଣୀ ଅରୁନ୍ଧତୀ ଦେବୀଙ୍କ ବିରୋଧରେ ଥାନାରେ ଲିଖିତ ଏତଲା ଦେଇଥିଲେ। ପରେ ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର ନାଏକ ମନ୍ଦିରକୁ ଯାଇ ଉଭୟ ପକ୍ଷଙ୍କ ଉପସ୍ଥିତିରେ ତାଲା ଖୋଲାଇବା ପରେ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ରାଣୀ ଓ ଯୁବରାଜ ମନ୍ଦିରରେ ସନ୍ଧ୍ୟା ଆଳତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe