ଦେବାଶିଷ-ପ୍ରଭାତ-ସୁବାସ ବାକ୍‌ଯୁଦ୍ଧ

Advertisment

ରାଜ୍ୟସଭାରେ ୱକଫ୍ ବିଲ୍‌ ଉପରେ ଭୋଟ୍‌ ଦିନଠାରୁ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ବିଜେଡିର ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ....

ରାଜ୍ୟସଭାରେ ୱକଫ୍ ବିଲ୍‌ ଉପରେ ଭୋଟ୍‌ ଦିନଠାରୁ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ବିଜେଡିର ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ....

fdfcvcv

ରାଜ୍ୟସଭାରେ ୱକଫ୍ ବିଲ୍‌ ଉପରେ ଭୋଟ୍‌ ଦିନଠାରୁ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି। ବିଜେଡିର ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ ଭୋଟଦାନ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରି ମତଦାନରୁ ନିବୃତ୍ତ ରହିବା ସହ ଏଭଳି ନିଷ୍ପତ୍ତିର ଯଥାର୍ଥତା ଉପରେ ପ୍ରଶ୍ନ ଉଠାଇ ଭିକେ ପାଣ୍ଡିଆନଙ୍କୁ ଶାଣିତ ସ୍ବରରେ ସମାଲୋଚନା କରି ଚାଲିଛନ୍ତି। ସେପଟେ ଦେବାଶିଷଙ୍କ ସହ ସ୍ବର ମିଳାଇ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ବି ପାଣ୍ଡିଆନଙ୍କୁ କଟୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଏଭଳି ସ୍ଥିତିରେ ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି କରି ମେୟର ସୁବାସ ସିଂହ ଉଭୟ ଦେବାଶିଷ ଓ ପ୍ରଭାତଙ୍କ ସହ ବାକ୍‌ଯୁଦ୍ଧକୁ ଓହ୍ଲାଇବା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି। ଦେବାଶିଷ, ପ୍ରଭାତ ଓ ସୁବାସଙ୍କ ମଧ୍ୟରେ ଆକ୍ଷେପ, ପ୍ରତି ଆକ୍ଷେପ କଟକ ରାଜନୀତିରେ ଏକ ରୋଚକ ସ୍ଥିତି ସୃଷ୍ଟି କରିଛି।

ଦେବାଶିଷଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଛି; ସିଏ ନିଜ ବେପାର ଛଡ଼ା କିଛି ଜାଣି ନାହାନ୍ତି, ସିଏ ଡିଲ୍ କରିବା ଲୋକ

    ଦେବାଶିଷ ସାମନ୍ତରାୟଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଛି।
    ଦେବାଶିଷ ବାବୁ ନିଜେ ବଦନାମ। ସେ ଏବେ କେଉଁ ଦଳକୁ ଯିବାକୁ ଇଚ୍ଛା ରଖିଛନ୍ତି? କେଉଁ ରାଜନୈତିକ ଦଳ ଇଙ୍ଗିତରେ ସେ କାମ କରୁଛନ୍ତି?
    ଦେବାଶିଷଙ୍କୁ ନିର୍ଦ୍ଦେଶ ଦେଲା କିଏ ରାଜ୍ୟସଭାରେ ଭୋଟ ନ ଦେବାକୁ?
    ସିଏ ପାର୍ଟିରୁ ଯାହା ନେବା କଥା ଚିପୁଡ଼ିକି ସବୁ ଫାଇଦା ନେଇଯାଇଛନ୍ତି।
    ସେ ବେପାର କରିବା ଲୋକ, ଡିଲ୍ କରିବା ଲୋକ। 
    ତାଙ୍କର ଆଉ କିଛି ହେବାର ନାହିଁ। ଟିଭି, ମିଡିଆରେ ତିଷ୍ଠି ରହିବାକୁ ଏପରି କରୁଛନ୍ତି।
    ଦେବାଶିଷ ବାବୁ ମୋତେ କହିବାକୁ କିଏ? ଦୁଇ ଦୁଇ ଥର କଂଗ୍ରେସକୁ ଆଣି ବାରବାଟୀ-କଟକରେ ଥୋଇ ଦେଲେ। 
    ସିଏ ନିଜ ବେପାର ବଣିଜ ଛଡ଼ା କିଛି ଜାଣି ନାହାନ୍ତି। ନବୀନ ବାବୁଙ୍କ ଯୋଗୁଁ ଜିତିଛନ୍ତି। ନିଜେ କଟକରେ ଇଟା ଖଣ୍ଡେ ବି ଥୋଇ ନାହାନ୍ତି।
    ପ୍ରଭାତ ତ୍ରିପାଠୀ କହୁଥିଲେ ସେ ଚାରି ମାସ ହେଲା ଦଳରେ ନାହାନ୍ତି ବୋଲି। ସଦସ୍ୟତା ନବୀକରଣ ବି କରି ନାହାନ୍ତି। ଏବେ ବିଜେଡି ଉପରେ କହିବାକୁ କାହିଁକି ସକସକ ହେଉଛନ୍ତି?
    ପ୍ରଭାତ ବାବୁ ଚିଟ୍‌ଫଣ୍ଡରୁ ବର୍ତ୍ତିବାକୁ ଏପରି କରୁଛନ୍ତି। ପାଣ୍ଡିଆନଙ୍କ ପାଇଁ ତାଙ୍କ ସାର୍ଟିଫିକେଟ୍‌ ଦରକାର ନାହିଁ।
    ସିଏ ପରା କଂଗ୍ରେସରେ ଥାଇ ବିଜୁ ବାବୁଙ୍କ ନାକ ଫଟେଇ ଥିଲେ।

ସୁବାସ ସିଂହ ସମାସ୍କନ୍ଦ ନେତା ନୁହନ୍ତି, ସରପଞ୍ଚ ଜିତିବାର ଔକାତ ତାଙ୍କର ନାହିଁ; ସିଏ ମୋତେ ଧନ୍ୟବାଦ ଦେଇ ଗୋଡ଼ ତଳେ ପଡ଼ିବା କଥା; ସୁବାସ ସବୁ ଦିନ ଯାଇ ଭର୍ତ୍ତୃହରିଙ୍କ ପାଖରେ ହାଜିରା ଦେଉଛନ୍ତି

ସୁବାସ ସିଂହ ମୋର ସମାସ୍କନ୍ଦ ନେତା ନୁହନ୍ତି। 
ସରପଞ୍ଚ ଜିତିବାର ଔକାତ ତାଙ୍କର ନାହିଁ। ‌
ମୋ ବିରୋଧରେ ଗୋଟିଏ ଥର ନିର୍ବାଚନରେ ଛିଡ଼ା ହେଇ ୫ ହଜାର ଭୋଟ୍‌ ପାଇଥିଲେ। 
ସୁବାସ ସିଂହ ଏ ଦଳକୁ କେମିତି ଆସିଥିଲେ, ତାଙ୍କ ପଚାର। ଏବେ ଯେଉଁଠି ଆସି ଅଛନ୍ତି ସେଥିପାଇଁ ସିଏ ଋଷି ସାମନ୍ତରାୟକୁ ଧନ୍ୟବାଦ ଦେଇ ଗୋଡ଼ ତଳେ ପଡ଼ିବା କଥା।
ସିଏ ପରା ସବୁ ଦିନ ସକାଳେ ଭର୍ତ୍ତୃହରି ମହତାବଙ୍କ ପାଖରେ ହାଜିରା ଦେଉଛନ୍ତି।   
ତାଙ୍କରି ନେତୃତ୍ବରେ ସିଏମ୍‌ସିରେ ପରା କୋଟି କୋଟି ଟଙ୍କାର ଦୁର୍ନୀତି ଚାଲିଛି। ସବୁ ଗଣମାଧ୍ୟମରେ ବାହାରୁଛି। 
କଟକର ବିକାଶ ପାଇଁ ମୁଁ ଯେଉଁ ସବୁ ଇଟା ଥୋଇଥିଲି, ସୁବାସ ସିଂହ ସେସବୁ ଇଟାକୁ ତାଡ଼ି ନେଇଛନ୍ତି ବୋଧେ... 
ସୁବାସଙ୍କ ନେତା ଭି.କେ.ପାଣ୍ଡିଆନ। ସିଏ ବାମପନ୍ଥୀ ବାଲା। ତାଙ୍କର ବିବେକ ଅଛି। ସିଏ କିଏ, ସିଏ ମୋ’ ବିଷୟରେ କ’ଣ କହିବେ?

ଦେବାଶିଷଙ୍କର ନୁହେଁ, ସୁବାସଙ୍କ ମାନସିକ ସ୍ଥିତି ବିଗିଡ଼ି ଗଲାଣି; ସୁବାସଙ୍କୁ ବିଜେଡିକୁ ଆଣିବା ପାଇଁ ଦେବାଶିଷ ଅନୁମୋଦନ କରିଥିଲେ, ମୁଁ ଓକିଲାତି କରିଥିଲି

    ଦେବାଶିଷ ବାବୁଙ୍କର ନୁହେଁ, ସୁବାସ ସିଂହଙ୍କର ମାନସିକ ସ୍ଥିତି ବିଗିଡି ଗଲାଣି। 
    କଟକର ମେୟର୍‌ ହିସାବରେ ସହରବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ସେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।
    ସିଏମ୍‌ସିର ପ୍ରତି ମାସିକ ବୈଠକରେ ତାର ପ୍ରତିଫଳନ ‌କଟକନଗର କରଦାତାମାନେ ଦେଖୁଛନ୍ତି। 
    ରାଜ୍ୟସଭାରେ ବିଜେଡି ୱକଫ୍‌ ବିଲ୍‌କୁ ବିରୋଧ କରିବାର ଯେଉଁ ନିଷ୍ପତ୍ତି ହୋଇଥିଲା ତାହା କାହିଁକି ବିଖଣ୍ଡିତ ହେଲା, ସେଥିପାଇଁ କିଏ ଦାୟୀ, ତା’ର ଉତ୍ତର ନ ଦେଇ ମେୟର ମହାଶୟ ଅନ୍ୟମାନଙ୍କ ଉପରେ ଦୋଷାରୋପ କରୁଛନ୍ତି।  
    ସୁବାସ ସିଂହ ୨୦୧୨ ମସିହାର ଶେଷାର୍ଦ୍ଧରେ ବିଜେଡିରେ ଯୋଗ ଦେଇଥିଲେ, ସେହି ସମୟର ବିଧାୟକ ଥିବା ଦେବାଶିଷ ସାମନ୍ତରାୟଙ୍କ ଅନୁମୋଦନରେ। 
    ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ ଦଳରେ ଯୋଗ ଦେବାକୁ ସମ୍ମତି ଆଣିବା ପାଇଁ ମୋତେ ଓକିଲାତି କରିବାକୁ ପଡ଼ିଥିଲା। 
    ୨୦୨୨ ନିର୍ବାଚନରେ ୩୦ ହଜାର ଭୋଟ୍‌ରେ ବିଜୟୀ ହୋଇ ସୁବାସ ସିଂହ କଟକର ମେୟର୍‌ ହୋଇଥିଲେ। 
    କିନ୍ତୁ ୨୦୨୪‌ ସାଧାରଣ ନିର୍ବାଚନରେ କଣ ପାଇଁ ବାରବାଟୀ-କଟକରେ ବିଜେଡି ହାରିଲା, ସେ କଥାକୁ ନ ଗୋଳେଇ ସୁବାସ ବାବୁ ସ୍ପଷ୍ଟ ଉତ୍ତର ରଖନ୍ତୁ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe