ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ!

Advertisment
ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ!

NF TIMES

ବରୀ: ଯାଜପୁର ଜିଲ୍ଲା ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ। ବିଜେପି ଛାଡ଼ି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ବିଜେପିରୁ ଟିକେଟ୍ ନମିଳିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେବାଶିଷ। ଗତକାଲି ବରୀରୁ ଉମେଶ ଜେନାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି। ବିଜେପି ଟିକେଟରେ ନିର୍ବାଚନ ଲଢ଼ିବା ନେଇ କିଛି ଦିନ ତଳେ ବିଜେଡ଼ି ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ।

ଏବେ ଟିକେଟ ନ ମିଳିବା ପରେ ସାମାଜିକ ଗଣମାଧ୍ୟମରେ ନିର୍ବାଚନ ଲଢ଼ିବା ନେଇ ସେ ସୂଚନା ଦେଇଛନ୍ତି। ଦେବାଶିଷ ନାୟକ କହିଛନ୍ତି ବରୀବାସୀ ମୋ ବଳ। ଦଳ ମୋ ପାଇଁ ବଡ଼ ନୁହେଁ। ବରୀବାସୀଙ୍କ ସେବା କରିବାକୁ ମୁଁ ନିର୍ବାଚନ ଲଢ଼ିବି। ଏଣେ ରାଜନୈତିକ ସମୀକ୍ଷକଙ୍କ ମତ ଯେ ଦେବାଶିଷ ନାୟକ ସ୍ୱାଧୀନ ପ୍ରାର୍ଥୀ ହେଲେ ତାହା ବିଜେଡି ପାଇଁମୁଣ୍ଡ ବ୍ୟଥାର କାରଣ ହୋଇପାରେ। କିନ୍ତୁ ବିଜେପି ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe