ବରୀରୁ ସ୍ବାଧୀନ ଭାବେ ଲଢ଼ିବେ ଦେବାଶିଷ

Advertisment
ବରୀରୁ ସ୍ବାଧୀନ ଭାବେ ଲଢ଼ିବେ ଦେବାଶିଷ

ବରୀ: ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀରୁ ଲଗାତାର ଚାରିଥର ବିଧାୟକ ରୂପେ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏଥର ସ୍ବାଧୀନ ଭାବେ ଲଢ଼ିବେ ବୋଲି କହିଛନ୍ତି। ପ୍ରଥମେ ବିଜେଡି ଓ ବର୍ତ୍ତମାନ ବିଜେପି ଧୋକା ଦେଲା। ବରୀବାସୀଙ୍କ ଶ୍ରଦ୍ଧା ମୋ ପ୍ରତି ରହିଛି। ଲୋକଙ୍କ ସେବା କରିବାକୁ ନିର୍ବାଚନ ଲଢ଼ିବି ବୋଲି ଶ୍ରୀ ନାୟକ ‘ସମ୍ବାଦ’କୁ କହିଛନ୍ତି। ସୂଚନାଯୋଗ୍ୟ ଯେ ବରୀରୁ ଲଗାତର ବିଜୟୀ ହୋଇଆସୁଥିବା ଦେବାଶିଷଙ୍କୁ ବିଜେଡି ୨୦୧୯ ନିର୍ବାଚନରେ ଟିକେଟ୍‌ ନଦେଇ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିଥିଲା। ଦେବାଶିଷ ୫ ବର୍ଷ ଧରି ଚୁପ୍‌ ରହିବା ପରେ କିଛିଦିନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଏଥର ବରୀରୁ ବିଜେପି ପ୍ରାର୍ଥୀ ହେବେ ବୋଲି ଆଶାୟୀ ଥିଲେ।

ମାତ୍ର ଗୁରୁବାର ବିଜେପି ପକ୍ଷରୁ ବରୀ ଆସନ ପାଇଁ ଉମେଶ ଜେନାଙ୍କ ନାମ ଘୋଷଣା ହୋଇଥିଲା। ଏହାପରେ ଦେବାଶିଷ ତାଙ୍କ ଫେସ୍‌ବୁକ୍ ପୋଷ୍ଟରେ ବରୀବାସୀ ମୋ ବଳ, ମୋ ପାଇଁ ଦଳ ବଡ଼ ନୁହେଁ। ବରୀବାସୀଙ୍କ ସେବା କରିବାକୁ ନିର୍ବାଚନ ଲଢ଼ିବି ବୋଲି ଉଲ୍ଲେଖ କରିଥିଲେ। ଏ ସଂପର୍କରେ ଶ୍ରୀ ନାୟକଙ୍କ ସହିତ ଯୋଗାଯୋଗ କରିବାରୁ ଉଭୟ ବିଜେଡି ଓ ବିଜେପି ଦଳ ଧୋକା ଦେଇଛନ୍ତି। କିନ୍ତୁ ବରୀର ଭୋଟରଙ୍କ ମୋ ସହ ଅଛନ୍ତି। ଏଥର ନିଶ୍ଚିତ ପ୍ରାର୍ଥୀ ହେବି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe