ଦେବାଶିଷ ସାହୁ ହେଲେ ଜିଏସ୍‌ଟି ଗୁଇନ୍ଦାର ଅତିରିକ୍ତ ମହାନିର୍ଦ୍ଦେଶକ

ଦେବାଶିଷ ସାହୁ ହେଲେ ଜିଏସ୍‌ଟି ଗୁଇନ୍ଦାର ଅତିରିକ୍ତ ମହାନିର୍ଦ୍ଦେଶକ

ଭୁବନେଶ୍ବର : ବରିଷ୍ଠ ଆଇଆର୍‌ଏସ୍‌ ଅଧିକାରୀ ଦେବାଶିଷ ସାହୁ ଜିଏସ୍‌ଟି ଗୁଇନ୍ଦାର ଅତିରିକ୍ତ ମହାନିର୍ଦ୍ଦେଶକ ହୋଇଛନ୍ତି। ପ୍ରଥମେ ତାଙ୍କୁ ଓଡ଼ିଶା ଓ ଛତିଶଗଡ଼ ଦାୟିତ୍ବ ମିଳିଥିବା ବେଳେ ବର୍ତ୍ତମାନ ଆଉ ୧୨ଟି ରାଜ୍ୟ ଏବଂ ୬ଟି ଜୋନ୍‌ର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଯେଉଁଥିରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ସିକିମ୍‌, ମେଘାଳୟ ସମେତ ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକର ଦାୟିତ୍ବ ଦିଆଯାଇଛି।

ଦାୟିତ୍ବଭାର ଗ୍ରହଣ ପରେ ଶ୍ରୀ ସାହୁ କହିଛନ୍ତି ଯେ, ଓଡ଼ିଶା ଓ ଛତିଶଗଡ଼ରେ ଜିଏସ୍‌ଟି ଫାଙ୍କୁଥିବା ବିଭନ୍ନ ସଂସ୍ଥା, ଶିଳ୍ପ, ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇ ବିଭାଗ ଅନେକ ସଫଳତା ହାସଲ କରିଛି। ସେହି ଅଭିଜ୍ଞତା ଆଧାରରେ ଆଗାମୀ ଦିନରେ ଜିଏସ୍‌ଟି ଫାଙ୍କି ଉପରେ ଚଢ଼ଉକୁ ଆହୁରି ଜୋରଦାର କରାଯିବ। ‌ଯେଉଁମାନେ ଅସାଧୁ ଉପାୟରେ ଅର୍ଥ ହଡ଼ପ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe