IndiaTV News
ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ମହାମାରୀ। କରୋନାର ନୂଆ ନୂଆ ପ୍ରଜାତି ଦେଖାଦେଉଛି। ଏହାର ନିବାରଣ ପାଇଁ କାଢ଼ା ପିଇବା ଉପରେ ଗୁରୁତ୍ବ ଦେଉଛି ଆୟୁଷ ମନ୍ତ୍ରଣାଳୟ। ପ୍ରଧାନମନ୍ତ୍ରୀ ମଧ୍ୟ କାଢ଼ା ପିଇବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ଅପରପକ୍ଷେ ଏହାକୁ ନେଇ ଡାକ୍ତରମାନଙ୍କ ମଧ୍ୟରେ ପ୍ରକାଶ ପାଇଛି ଭିନ୍ନ ମତ।
ଭୁବନେଶ୍ବର : ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଏବେ ଚାଲିଛି। ଦୈନିକ ସଂକ୍ରମଣ ଦୁଇ ଲକ୍ଷ ଉପରେ ରହିଛି। ଓମିକ୍ରନ୍ ଯୋଗୁ ଦେଶବିଦେଶରେ କରୋନାର ଦ୍ରୁତ ସଂକ୍ରମଣ ହେଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କେତେକ ପରାମର୍ଶ ପାଳନ ପାଇଁ କହିଛନ୍ତି। ବିଶେଷତଃ ସେ ୩ଟି ମନ୍ତ୍ର ଦେଇଛନ୍ତି। ସେଗୁଡ଼ିକ ହେଲା ସ୍ଥାନୀୟ ଅଞ୍ଚଳରେ ଅବରୋଧ ଅଞ୍ଚଳ ଘୋଷଣା, ବ୍ୟାପକ ଟିକାକରଣ ଏବଂ ସକ୍ରିୟ ପଦକ୍ଷେପ ଗ୍ରହଣ। ଏଥିସହିତ ଲୋକମାନେ ଆମ ଦେଶର ବହୁ ପ୍ରାଚୀନ ପରମ୍ପରା ଉପରେ ପର୍ଯ୍ୟବସିତ ଜ୍ଞାନ କାଢ଼ା ପିଇବା ପାଇଁ ମଧ୍ୟ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି କାଢ଼ା ଔଷଧ ହୋଇ ନପାରେ। କିନ୍ତୁ ଭାରତର ବହୁ ପୁରାତନ ପରମ୍ପରା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି।
Times Nowକରୋନା ମହାମାରୀକୁ ଏଡ଼ାଇବା ପାଇଁ ସାରା ଦେଶରେ ଟୀକାକରଣ ଜାରିରହିଛି । ଏହା ଉପରେ ଅଧିକ ଗବେଷଣା ବି ଚାଲିଛି । ସଂକ୍ରମଣରୁ ସୁସ୍ଥ ରହିବା ପାଇଁ ସରକାରଙ୍କ କୋଭିଡ ନିୟମ ମାନିବା ସହ ଲୋକେ ଘରେ କାଢ଼ା ପ୍ରସ୍ତୁତ କରି ପିଉଛନ୍ତି । ତେବେ କାଢ଼ା ପିଇବାକୁ ନେଇ ଡାକ୍ତରମାନଙ୍କ ଭିତରେ ଭିନ୍ନ ମତ ଦେଖାଦେଉଛି। ଏଲୋପାଥି ଡାକ୍ତରଙ୍କ କହିବା କଥା ହେଲା, ଆମ ଶରୀର ପାଇଁ ଭ୍ୟାକସିନ୍ ଓ କାଢ଼ା ଉଭୟ ଜରୁରୀ। ଭ୍ୟାକସିନ୍ କରୋନାର ଅମୋଘ ଅସ୍ତ୍ର । କାଢ଼ା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ । ତେବେ କାଢ଼ା ପିଇଲେ କୋଭିଡ ପଜିଟିଭ୍ ଲୋକ ସୁସ୍ଥ ହୋଇପାରିବ ନାହିଁ । ଆୟୁର୍ବେଦିକ ଡ଼ାକ୍ତର କୋଭିଡ ପଜିଟିଭ୍ ହେଲେ କାହିଁକି ଏଲୋପାଥିକ ଚିକିତ୍ସା ପାଇଁ ଆମ ପାଖକୁ ଆସୁଛନ୍ତି ?
ପ୍ରଫେସର ଅଶୋକ ମହାପାତ୍ର, ବରିଷ୍ଠ ଡ଼ାକ୍ତର
ଅନ୍ୟ ପକ୍ଷରେ କାଢ଼ା ପିଇବା ନେଇ ମଧ୍ୟ ମତ ରଖିଛନ୍ତି ବିଶିଷ୍ଟ ଆୟୁର୍ବେଦିକ ଗବେଷକ। କାଢ଼ା କେବେ ହେଲେ କୋଭିଡରୁ ସୁସ୍ଥ ହେବାର ବିକଳ୍ପ ନୁହେଁ। କାରଣ ସମସ୍ତଙ୍କ ପାଇଁ ଅସ୍ତ୍ର ହେଲା ଯାହା ପ୍ରଧାନମନ୍ତ୍ରୀ କହୁଛନ୍ତି, ଭ୍ୟାକସିନ୍ ନେବା ବା ଟୀକା ନେବା। କାଢ଼ା କୋଭିଡକୁ ମାରିବାରେ ସକ୍ଷମ ବୋଲି ସେ ଭଳି କିଛି ଗବେଷଣା ହୋଇ ନାହିଁ ବା ପ୍ରମାଣିକ ତଥ୍ୟ ନାହିଁ। ତେଣୁ କାଢ଼ାକୁ ଭରଷା କରି ଲୋକଙ୍କ ଭିତରେ ଭ୍ରମ ସୃଷ୍ଟି କରିବା ନାହିଁ। ଅନ୍ୟ ପକ୍ଷରେ ସଂକ୍ରମଣ ଭୟରେ ଲୋକେ ଘରେ ସକାଳ ଓ ସନ୍ଧ୍ୟାରେ କାଢ଼ା ପ୍ରସ୍ତୁତ କରି ପିଉଛନ୍ତି।
ଲୋକେ କାଢ଼ା ପିଇବା ପରେ ଫୂର୍ତ୍ତି ଅନୁଭବ କରିବା ସହ ସୁସ୍ଥତା ଅନୁଭବ କରୁଛନ୍ତି।
ପ୍ରଫେସର ଗୋପାଳ ଚନ୍ଦ୍ର ନନ୍ଦ, ଆୟୁର୍ବେଦିକ ଗବେଷକ ଓ ଚିକିତ୍ସକ
Follow Us