ଅସହ୍ୟ ହେଲା ଋଣବୋଝ: ଟ୍ରେନ୍‌ ଆଗକୁ ‌ଡେଇଁ ଜୀବନ ହାରିଲେ ଦମ୍ପତି

ଟ୍ରେନ୍‌ ଆଗକୁ ଡେଇଁ ନୂଆପଡ଼ା ଥାନା ସିଲଦା ଗାଁର ଯଦୁରାମ ପାଣ୍ଡେ (୫୮) ଓ ତାଙ୍କ ସ୍ତ୍ରୀ ଜାମବାଈ ପାଣ୍ଡେ (୫୬) ଆତ୍ମହତ୍ୟା କରିଛନ୍ତି। ଋଣ ବୋଝ ଯୋଗୁଁ ଏହି ଦମ୍ପତି ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି।

Dead

ନୂଆପଡ଼ା: ଟ୍ରେନ୍‌ ଆଗକୁ ଡେଇଁ ନୂଆପଡ଼ା ଥାନା ସିଲଦା ଗାଁର ଯଦୁରାମ ପାଣ୍ଡେ (୫୮) ଓ ତାଙ୍କ ସ୍ତ୍ରୀ ଜାମବାଈ ପାଣ୍ଡେ (୫୬) ଆତ୍ମହତ୍ୟା କରିଛନ୍ତି। ଋଣ ବୋଝ ଯୋଗୁଁ ଏହି ଦମ୍ପତି ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ସୂଚନା ଅନୁସାରେ, ଗତ ଦୁଇ ବର୍ଷ ହେବ ଯଦୁରାମ ଓ ତାଙ୍କ ସ୍ତ୍ରୀ ଜାମବାଈ ପୁଅଠାରୁ ଅଲଗା ରହୁଥିଲେ। ରୋଜଗାର ପନ୍ଥା ନ ଥିବାରୁ ହାତ ଉଧାରି ବଢ଼ି ଯାଇଥିଲା। ପ୍ରତିଦିନ ସାହୁକାରମାନେ ଉଧାର ଟଙ୍କା ମାଗୁଥିବାରୁ ଏହି ଦମ୍ପତି ମାନସିକ ଚାପରେ ଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଉଭୟ କଲ୍ୟାଣପୁର ଗାଁକୁ ଯାଇଥିଲେ। 

ସେଠାରେ ଜଣେ ସମ୍ପର୍କୀୟଙ୍କ ଘରେ ରାତ୍ରିଭୋଜନ ସାରି ଘରକୁ ଫେରୁଥିଲେ। ଏହି ସମୟରେ କଲ୍ୟାଣପୁର ରେଳ ଫାଟକ ନିକଟରେ ବିଶାଖାପାଟଣାରୁ ଦୁର୍ଗ ଅଭିମୁଖେ ଯାଉଥିବା ବନ୍ଦେଭାରତ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ। ବିଳମ୍ବିତ ରାତିରେ ଖବର ପାଇ କଣ୍ଟାବାଞ୍ଜି ଜିଆର୍‌ପି ଘଟଣାସ୍ଥଳରେ ପହ‌ଞ୍ଚି ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଥିଲା। ବୁଧବାର ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଡୁମେରପାଣି ସରପ‌ଞ୍ଚ ଟେକରାମ ସାହୁ, ସମିତିସଭ୍ୟ ଚୁରନସିଂ ମାଝୀ, ୱାର୍ଡସଭ୍ୟ କୈଳାସ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ମୃତ‌ଦେହ ଉଦ୍ଧାର କରିବାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe